ETV Bharat / state

ଖାଁ ଖାଁ ଶତାଦ୍ଦୀ ପୁରୁଣା ମନ୍ଦିର ମା' ଶାରଳାଙ୍କ ପୀଠ

ସତ୍ୟ ଯୁଗର ମାତା ସତୀଙ୍କ ଶରୀର ଏକ ଅଂଶ ହେଉଛନ୍ତି ମା’ ଶାରଳା ଦେବୀ । ଝଙ୍କଡବାସିନୀ ମା’ ଶାରଳାଙ୍କ ଏହି ପୀଠ ଶତାବ୍ଦୀ ପୁରୁଣା । କାହିଁ କେଉଁ ଆବାହନ କାଳରୁ ମା’ଙ୍କୁ ଏଠି ପୂଜା ହେଉଛନ୍ତି । ଚଳିତ ବର୍ଷ କୋରୋନା କଟକଣା ମଧ୍ୟରେ ଶାରଳା ପୀଠରେ ନବରାତ୍ରୀ ଅନୁଷ୍ଠିତ ହେଉଛି ସତ ହେଲେ ପୂର୍ବ ପରି ନାହିଁ ଭକ୍ତଙ୍କ ସମାଗମ । ଅଧିକ ପଢନ୍ତୁ...

କୋରୋନା ପାଇଁ ଖାଁ ଖାଁ ଶତାଦ୍ଦୀ ପୁରୁଣା ମନ୍ଦିର ମା' ଶାରଳାଙ୍କ ପୀଠ

author img

By

Published : Oct 24, 2020, 5:50 PM IST

ଜଗତସିଂହପୁର: ଓଡିଶାର 8ଟି ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ଝଙ୍କଡ ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ପୀଠ । କୋରୋନା କଟକଣାରେ ଅଷ୍ଟଭୂଜା, ମହିଷାମର୍ଦ୍ଦିନୀ ମା’ ଶାରଳାଙ୍କ ପୀଠରେ ଚାଲିଛି ଶାରଦୀୟ ପୂଜା । ହେଲେ ଚଳିତ ବର୍ଷ ସବୁ ପାର୍ବଣ ଉପରେ ପଡିଛି କୋରୋନାର କୋପ ଦୃଷ୍ଟି । ବିନା ଭକ୍ତରେ ଚାଲିଛି ମା’ଙ୍କ ନବରାତ୍ରୀ ପୂଜା । ଖାଁ ଖାଁ ହୋଇପଡିଛି ପୀଠର ପରିବେଶ ।

କୋରୋନା ପାଇଁ ଖାଁ ଖାଁ ଶତାଦ୍ଦୀ ପୁରୁଣା ମନ୍ଦିର ମା' ଶାରଳାଙ୍କ ପୀଠ

ସଂକ୍ରମଣ ପାଇଁ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗୁ ହୋଇଥିବାରୁ ଦୂରରୁ ମା’ଙ୍କ ଦର୍ଶନ କରି ଫେରିଯାଉଛନ୍ତି ଭକ୍ତ । ତେବେ ପୂର୍ବ ବର୍ଷ ପରି ସମାନ ନୀତିକାନ୍ତି ଓ ପରମ୍ପରାରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା । ଜଗତସିଂହପୁର ଜିଲ୍ଲାର କନକପୁରରେ ବିରାଜିତ ମା’ ଶାରଳାଙ୍କ ପବିତ୍ର ପୀଠ । ପଥରରେ ଖୋଦିତ ଅଷ୍ଟଭୂଜା ମୂର୍ତ୍ତି ମା' ଶାରଳା ବିଦ୍ୟା ଓ ବୁଦ୍ଧିର ଦେବୀ । କୁହାଯାଏ ମା' ଦୁର୍ଗା ଓ ସରସ୍ବତୀଙ୍କ ମିଶ୍ରିତ ରୂପ ହେଉଛନ୍ତି ମା' ଶାରଳା ।

ଦେବୀ ପୁରୁଣା ଅନୁସାରେ, ସତ୍ୟଯୁଗରେ ମାତା ସତୀଙ୍କର ଖଣ୍ଡବିଖଣ୍ଡିତ ଶରୀର ପୃଥିବୀ ପୃଷ୍ଠର 51ଟି ସ୍ଥାନରେ ପଡିଥିଲା । ପରେ ସେହି ସ୍ଥାନ ହେଲା ପବିତ୍ର ଓ ଶକ୍ତି ପୀଠ । ଏହି କ୍ରମରେ ସତୀଙ୍କ ଜିଭ ପଡିଥିଲା ଝଙ୍କଡରେ । ସେହିଦିନ ଠାରୁ ତାହା ଜ୍ବିହା ବା ବାଣୀପୀଠ ରୂପେ ଖ୍ୟାତ । ବାଣୀ କ୍ଷେତ୍ରରେ ମା' ଶାରଳା ବାଗବେଦୀ ସରସ୍ବତୀ ନାମରେ ସର୍ବଦା ପୂଜିତ । ଗବେଷକ ଓ ଐତିହାସିକଙ୍କ ମତରେ ମା’ ଶାରଳାଙ୍କ ମନ୍ଦିର ପ୍ରାୟ 1500 ଶତାବ୍ଦୀ ପୁରୁଣା । ପୂର୍ବରୁ ମା’ ପ୍ରଥମେ ନଣ୍ଡା ଦେଉଳରେ ପୂଜା ପାଉଥିଲେ । କଳା ପାହାଡ ଓଡିଶା ଆକ୍ରମଣ ସମୟରେ ଶାରଳାଙ୍କ ମନ୍ଦିରରେ ମଧ୍ୟ ଆକ୍ରମଣ କରିଥିଲା । ସେ ସମୟରେ ମା' ମନ୍ଦିରରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । ପରେ ତେନ୍ତୁଳି ପାଦରେ ମା’ କିଛିଦିନ ଅବସ୍ଥାନ କରିବା ପରେ ତାଙ୍କୁ କନକପୁରକୁ ସ୍ଥାନାନ୍ତର କରାଯାଇଥିଲା । ଆଉ ସେବେ ଠାରୁ ସାବରୀୟ ରୀତିନୀୟ ଅନୁଯାୟୀ ମାଆଙ୍କ ନୀତିକାନ୍ତି ସମ୍ପାଦିତ ହୋଇଆସୁଛି ।

ବୈଷ୍ଣବ ଓ ଶାକ୍ତ ସଂସ୍କୃତିର ସମନ୍ବୟ ବାଣୀ କ୍ଷେତ୍ର ମା' ଶାରଳାଙ୍କ ପୀଠ । ମା'ଙ୍କ ଆଶୀର୍ବାଦ ଟିକେ ପାଇବାକୁ ଓଡିଶାର କୋଣ ଅନୁକୋଣରୁ ଧାଇଁ ଆସନ୍ତି ଭକ୍ତ । ହେଲେ ଚଳିତ ବର୍ଷ ସାରା ବିଶ୍ବକୁ କବଳିତ କରିଛି କୋରୋନା ମହାମାରୀ । ଏହି ସଂକ୍ରମଣ ଆଜି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସୃଷ୍ଟି କରିଛି ଅଦୃଶ୍ୟ ପାଚେରୀ । ଫଳରେ ବିନା ମା’ଙ୍କ ଦର୍ଶନରେ ଆର୍ଶୀବାଦ ନେଇ ଫେରିଯାଉଛନ୍ତି ସମସ୍ତେ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.