ETV Bharat / state

ଅନ୍ନ ପାଇଁ ପରମ୍ପରାର ଆରାଧନା, ଲକ୍ଷ୍ମୀପୂଜା ସମୟରେ ଆମିଷ ଖାଆନ୍ତିନି ମୁସଲମାନ - laxmi puja

ଆସ୍ଥା, ବିଶ୍ବାସ ଓ ପରମ୍ପରାର ପ୍ରତୀକ ଜଗତସିଂହପୁର ସହର ଉପକଣ୍ଠ ନବାପାଟଣା ଗ୍ରାମର କୁମାରୀ ଲକ୍ଷ୍ମୀପୂଜା। ଏହି ଗାଁର ଲୋକେ ପିଢ଼ି ପିଢ଼ି ଧରି ପରମ୍ପରାକୁ ବଜାୟ ରଖି ପାଳି ଆସୁଛନ୍ତି ଲକ୍ଷ୍ମୀପୂଜା । ଅଧିକ ପଢନ୍ତୁ...

ବିଶ୍ୱାସ ଓ ପରମ୍ପରାର ପ୍ରତୀକ ନବା ପାଟଣା ଲଷ୍ମୀ ପୂଜା

author img

By

Published : Oct 27, 2021, 3:21 PM IST

ଜଗତସିଂହପୁର: ବିଶ୍ବାସ ଓ ସମୃଦ୍ଧିର ଦେବୀ ହେଉଛନ୍ତି ମା’ ଲକ୍ଷ୍ମୀ। ଆସ୍ଥା ବିଶ୍ବାସ ଓ ପରମ୍ପରାର ପ୍ରତୀକ ଜଗତସିଂହପୁର ସହର ଉପକଣ୍ଠ ନବାପାଟଣା ଗ୍ରାମର କୁମାରୀ ଲକ୍ଷ୍ମୀପୂଜା । ଏହି ଗାଁର ଲୋକେ ପିଢ଼ି ପିଢ଼ି ଧରି ପରମ୍ପରାକୁ ବଜାୟ ରଖି ପାଳନ କରି ଆସୁଛନ୍ତି ଲକ୍ଷ୍ମୀପୂଜା । ଏହା ସହିତ ଭାଇଚାରାର ଜ୍ବଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ଏମାନେ।

ବିଶ୍ୱାସ ଓ ପରମ୍ପରାର ପ୍ରତୀକ ନବାପାଟଣାର ଲଷ୍ମୀ ପୂଜା

ମା'ଲକ୍ଷ୍ମୀଙ୍କୁ ନେଇ ହିନ୍ଦୁମାନଙ୍କ ମଧ୍ୟରେ ଗଭୀର ବିଶ୍ବାସ ରହିଥିବା ବେଳେ ଏହି ଗ୍ରାମର ମୁସଲମାନମାନେ ମଧ୍ୟ ଏହି ପୂଜା ସମୟରେ ନିଜ ଘରକୁ ଆମିଷ ଆଣନ୍ତି ନାହିଁ। ପୂଜାରେ ନିଜକୁ ସାମିଲ କରିଥାନ୍ତି । ମା’ ଲକ୍ଷ୍ମୀଙ୍କ ପୂଜାକୁ ନେଇ ମଧ୍ୟ ଅନେକ ଲୋକକଥା ରହିଛି। ପୂର୍ବରୁ ଗ୍ରାମର ଜଣେ ଜମିଦାର ପ୍ରଜାମାନଙ୍କ ଠୁ ଜୋର ଜବରଦସ୍ତ କର ଆଦାୟ ସହ ଅନ୍ୟାୟ ଅତ୍ୟାଚାର କରୁଥିଲେ । ଯାହା ସହଜରେ ସହି ପାରିନଥିଲେ ମା’ ଲକ୍ଷ୍ମୀ । ଏହା ପରେ ଗାଁ ପରିତ୍ୟାଗ କରି ଚାଲିଯିବେ ବୋଲି ଜମିଦାରର ପତ୍ନୀଙ୍କୁ ସ୍ବପ୍ନାଦେଶ କରିଥିଲେ ।

ଜମିଦାରର ପତ୍ନୀ ଏଥିରେ ବିଚଳିତ ହୋଇ ମାଙ୍କୁ କହିଥିଲେ ‘‘ମା’ ଆପଣ ଶପଥ କରି କୁହନ୍ତୁ ମୁଁ ସ୍ନାନ କରି ନ ଆସିଲା ପର୍ଯ୍ୟନ୍ତ ଆପଣ ଏହିଠାରେ ହିଁ ରହିଥିବେ। ମୁଁ ସ୍ନାନ ସାରି ଆସିଲା ପରେ ହିଁ ଆପଣ ଏହି ସ୍ଥାନ ଛାଡି ଚାଲିଯିବେ।’’ ମା'ଲକ୍ଷ୍ମୀ ଏଥିରେ ରାଜି ହେବାପରେ ଜମିଦାରର ପତ୍ନୀ ସ୍ନାନ ଉଦ୍ଦେଶ୍ୟରେ ଅଳକା ନଦୀରେ ଯାଇ ଆତ୍ମବିସର୍ଜନ କରିଦେଇଥିଲେ । ତେବେ ମା’ ଲକ୍ଷ୍ମୀ ଶପଥ କରିଥିବାରୁ ଜମିଦାରର ପତ୍ନୀଙ୍କୁ ଆଜି ପର୍ଯ୍ୟନ୍ତ ମା’ ଅପେକ୍ଷା କରି ରହିଥିବା ଲୋକକଥା ରହିଛି।

ଅନ୍ୟ କେତେକଙ୍କ ମତରେ ନଅଙ୍କ ଦୁର୍ଭିକ୍ଷ ସମୟରେ ଏହି ଗ୍ରାମର ଅନେକ ଲୋକେ ଖାଦ୍ୟ ବିନା ପ୍ରାଣ ହରାଇଥିଲେ । ସେତେବେଳେ ଏହି ସ୍ଥାନରେ ଜମିଦାରମାନେ ଅନ୍ନ କଷ୍ଟରୁ ବର୍ତ୍ତିବା ପାଇଁ ମା’ଙ୍କ ପୂଜା କରିଆସୁଥିବା ଜଣାପଡିଛି । ଗାଁକୁ ମହାମାରୀ କବଳରୁ ରକ୍ଷା କରିବା ପାଇଁ ଲକ୍ଷ୍ମୀପୂଜା କରାଯାଇଥିବା ମଧ୍ୟ କେତେକ ଲୋକେ ମତ ଦିଅନ୍ତି। ତେବେ ଧନ ଓ ସମୃଦ୍ଧିର ଦେବୀ ମା’ ଲକ୍ଷ୍ମୀଙ୍କୁ ପିଢ଼ିପିଢ଼ି ଧରି ପୂଜା ଓ ଆରାଧନା କରିଆସୁଛନ୍ତି ଏହି ଗ୍ରାମବାସୀ। ଯାହାକୁ ନେଇ ଜିଲ୍ଲାର ସର୍ଵବୃହତ ଲକ୍ଷ୍ମୀପୂଜାର ମାନ୍ୟତା ପାଇଛି ଏହି ଗାଁ। ପ୍ରତ୍ୟେକ ଦିନ ଏହି ପୂଜା ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। 18 ଟି ମେଢ଼ ସହିତ ଆକର୍ଷଣୀୟ ସାଜସଜ୍ଜା, ଦର୍ଶକମାନଙ୍କର ମନକୁ ଛୁଇଁ ପାରିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.