ଜଗତସିଂହପୁର: ଗାଡି ଚଳାଉଥିବାବେଳେ ପାରାଦ୍ବୀପରେ ଧରାପଡିଲେ ଦୁଇ ନାବାଳକ । ଗଣିଲେ 52 ହଜାର ଫାଇନ । ଉଭୟଙ୍କୁ 26 ହଜାର ଟଙ୍କା ଲେଖାଏଁ ଫାଇନ କରିଛି ଆଞ୍ଚଳିକ ପରିବହନ ବିଭାଗ ।
ସୂଚନା ଅନୁଯାୟୀ, ପାରାଦ୍ବୀପରେ ଦୁଇ ଜଣ ନାବାଳକ ଦୁଇଟି ଗାଡିରେ ଦୁଇ ଦୁଇ ଜଣ ଛାତ୍ରୀଙ୍କୁ ନେଉଥିବା ସମୟରେ ଧରାପଡିଥିଲେ । ସେମାନଙ୍କ ଠାରୁ ବିନା ଲାଇସେନ୍ସରେ ଗାଡି ଚଳାଇବା,ନିୟମ ଉଲ୍ଲଙ୍ଘନ କରି 3ଜଣ ବସିବା ପାଇଁ 25 ହଜାର ଟଙ୍କା ଜୋରିମାନା କରାଯାଇଥିଲା ।
ସେହିପରି ବିନା ହେଲମେଟ ପାଇଁ ଏକ ହଜାର ଟଙ୍କା ସହିତ ମୋଟ 26 ହଜାର ଲେଖାଏଁ ଦୁଇ ଜଣଙ୍କ ଉପରେ ମୋଟ 52 ହଜାର ଟଙ୍କା ଜୋରିମାନା କରାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ