ETV Bharat / state

ଦେହ ବ୍ୟବସାୟକୁ ପୁଅର ବିରୋଧ, କଟୁରୀରେ ଆକ୍ରମଣ କଲା ମା’ - mother attacked her son jagatsingpur

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ବାରଙ୍ଗରେ ଅଭାବନୀୟ ଘଟଣା । ଦେହ ବ୍ୟବସାୟରେ ବାଧା ଦେବାରୁ ପୁଅକୁ ଆକ୍ରମଣ କଲା ମା’ । ଅଧିକ ପଢନ୍ତୁ...

ଦେହ ବ୍ୟବସାୟକୁ ବିରୋଧ କରିବାରୁ ପୁଅକୁ ଆକ୍ରମଣ କଲା ମା’, ଥାନାରେ ମାମଲା

author img

By

Published : May 6, 2021, 11:03 PM IST

ଜଗତସିଂହପୁର :ମା’ର ଦେହ ବ୍ଯବସାୟକୁ ବିରୋଧ କରି ଆକ୍ରମଣର ଶିକାର ହେଲା ପୁଅ । ସଦର ଥାନା ଅନ୍ତର୍ଗତ ବାରଙ୍ଗ ନିକଟରେ ଜୈନିକ ମହିଳା ଓ ତାଙ୍କ ଝିଅ ଦେହ ବ୍ୟବସାୟରେ ଲିପ୍ତ ଥିବାବେଳେ ଏହାକୁ ମହିଳାଙ୍କ ସ୍ବାମୀ ଓ ପୁଅ ବିରୋଧ କରିବାରୁ ମହିଳା ଜଣଙ୍କ ନିଜ ପୁଅକୁ କଟୁରିରେ ଆକ୍ରମଣ କରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି।

ଦେହ ବ୍ୟବସାୟକୁ ବିରୋଧ କରିବାରୁ ପୁଅକୁ ଆକ୍ରମଣ କଲା ମା’, ଥାନାରେ ମାମଲା

ପୋଲିସ ସୂଚନା ଅନୁଯାୟୀ ଆଜି (ଗୁରୁବାର) ସନ୍ଧ୍ୟା ସମୟରେ ବାରଙ୍ଗ ଗ୍ରାମର ଜଣେ ମହିଳା ଓ ତାଙ୍କ ଝିଅ ଦୀର୍ଘଦିନ ଧରି ଦେହ ବ୍ୟବସାୟ ଚଳାଇ ଆସୁଥିଲେ । ଏହାକୁ ମହିଳାଙ୍କ ପୁଅ ବିରୋଧ କରିବାରୁ ମହିଳା ଜଣଙ୍କ ତାଙ୍କ ପୁଅକୁ କଟୁରିରେ ଆକ୍ରମଣ କରିଥିଲା । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଜଗତସିଂହପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ଗ୍ରାମବାସୀ ଅସଂଯତ ଅବସ୍ଥାରେ ଜଣେ ଯୁବକଙ୍କ ସହ ମହିଳା ଓ ତାଙ୍କ ଝିଅକୁ ଧରି ପୋଲିସକୁ ଖବର ଦେଇଥିଲେ । ପୋଲିସ ସମ୍ପୃକ୍ତ ଯୁବକ ଓ ଦେହ ବ୍ୟବସାୟ ଚଳାଉ ଥିବା ମହିଳାଙ୍କୁ ନେଇ ଥାନାରେ ଅଟକ ରଖିଥିବା ଖବର ମିଳିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.