ETV Bharat / state

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ କଟକ-ପାରାଦ୍ୱୀପ ରାସ୍ତା ଅବରୋଧ

author img

By

Published : Jan 27, 2022, 5:09 PM IST

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ କଟକ ପାରାଦ୍ୱୀପ ରାସ୍ତା ଅବରୋଧ। ଜଗତସିଂହପୁର ଜିଲ୍ଲାର ସମସ୍ତ କଲେଜ ସମ୍ମୁଖରେ ଧାରଣା । ଅଧିକ ପଢନ୍ତୁ

ଯୁକ୍ତ ଦୁଇ ପରୀକ୍ଷା ବାତିଲ ନେଇ ବିକ୍ଷୋଭ : କଟକ ପାରାଦ୍ୱୀପ ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ

ଜଗତସିଂହପୁର : ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ କଲେଜ ସମ୍ମୁଖରେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତ ଦୁଇ ଫାଇନାଲ ପରୀକ୍ଷା ପାଇଁ ସରକାର ଛାତ୍ରଛାତ୍ରୀ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି । ହେଲେ ଛାତ୍ରଛାତ୍ରୀ ପରୀକ୍ଷା କରିବା ନେଇ ବିରୋଧ କରିଛନ୍ତି ।

ଏହାବି ପଢନ୍ତୁ :ପରୀକ୍ଷା ବାତିଲ୍ ଦାବିରେ +2 ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଜଗତସିଂହପୁର ଜିଲ୍ଲାର ସମସ୍ତ କଲେଜରେ ଶାନ୍ତିପୂର୍ଣ୍ଣ ଧାରଣା ଚାଲିଥିବାବେଳେ ଶାରଳା ଦାସ ମହାବିଦ୍ୟାଳୟର ଛାତ୍ରଛାତ୍ରୀ କଟକ ପାରାଦ୍ୱୀପ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଏହାସହ କଲେଜରେ ତାଲା ପକାଇ ଦେଇଛନ୍ତି । ଫଳରେ କଟକ ପାରାଦ୍ୱୀପ ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପରୀକ୍ଷା ବାତିଲ ଦାବିକୁ ନେଇ ଛାତ୍ରଛାତ୍ରୀ ଅଡି ବସିଛନ୍ତି । ଯାହାକୁ ନେଇ ପୋଲିସ, କଲେଜ ଅଧ୍ୟକ୍ଷ, ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.