ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଜପା ଗ୍ରାମରେ ଆଜି(ଶୁକ୍ରବାର) ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି । ଏହାକୁ କେନ୍ଦ୍ର ପ୍ରେଟ୍ରୋଲୀୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅଟଳ ସମୂର୍ତ୍ତି ପରିଷଦ ଧନ୍ୟବାଦ ଦେବା ସହିତ ସ୍ବର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜଗତସଂହପୁର ପ୍ରତି ଥିବା ଅବଦାନ ସମ୍ପର୍କରେ ଅଲୋକପାତ କରିଥିଲେ । 1999 ମସିହାରେ ପ୍ରଳୟଙ୍କରୀ ମହାବାତ୍ୟାରେ ଏରସମା ଅଂଚଳ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା । ସେତବେଳର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉତ୍ତମ ପଦକ୍ଷେପ ଯୋଗୁଁ ଉଜୁଡା ଏରସମା ଏବେ ସଜାଡି ହୋଇ ଯାଇଥିବା ମନ୍ତ୍ରୀ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ସାରଦା ପ୍ରଧାନ, ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ଅଟଳ ସମୂର୍ତୀ ପରିଷଦ ସଭାପତି ନୂର୍ସିଙ୍ଗ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ