ETV Bharat / state

ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜଗତସିଂହପୁର ଏସପି ଅଫିସ ଘେରାଉ ବେଳେ ଉତ୍ତେଜନା

author img

By

Published : Oct 27, 2021, 6:37 PM IST

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଏସପି ଅଫିସ ଘେରାଉ ବେଳେ ଉତ୍ତେଜନା। ବହୁ ବିଜେପି କର୍ମୀ ଓ ପୋଲିସ ଆହତ । ଅଧିକ ପଢନ୍ତୁ...

sp office gherou by jagatsinghpur district bjp
ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜଗତସିଂହପୁର ଏସପି ଅଫିସ ଘେରାଉ ବେଳେ ଉତ୍ତେଜନା

ଜଗତସିଂହପୁର: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଏସପି ଅଫିସ ଘେରାଉ । ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ବିଶାଳ ବିକ୍ଷୋଭ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଏସପି ଅଫିସ ଘେରାଉ ବେଳେ ଉତ୍ତେଜନା ସୃଷ୍ଟି ହୋଇଛି ।

କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେପି ଅଭିଯୋଗ କରିଛି ଯେ ରାଜ୍ୟ ସରକାର ମନ୍ତ୍ରୀଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ମମିତା ହତ୍ୟା ଘଟଣାରେ ସିଧାସଳଖ ମନ୍ତ୍ରୀଙ୍କ ସଂପୃକ୍ତି ରହିଥିବା ବିଜେପି ଅଭିଯୋଗ ଆଣିଛି। ଏହାକୁ ନେଇ ସ୍ଥାନୀୟ ଶାରଦା ମଣ୍ଡପ ନିକଟରୁ ଏକ ବିଶାଳ ପଟୁଆରରେ ବିଜେପି କର୍ମୀମାନେ ଏସପି ଅଫିସ ପର୍ଯ୍ୟନ୍ତ ଆସିବା ସମୟରେ ପୋଲିସ ତାଙ୍କୁ ଅଟକାଇ ଥିଲା। ଏହା ପରେ ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଠେଲାପେଲା ହେବା ସହ ଧସ୍ତାଧସ୍ତି ଆରମ୍ଭ ହୋଇ ଯାଇଥିଲା। ଏଥିରେ କେତେକ ବିଜେପି କର୍ମୀ ଆହତ ହୋଇଥିବା ବେଳେ କେତେକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

ପରିସ୍ଥିତି ଅଣାୟତ ହେବାରୁ ପୋଲିସ ବିଜେପି ନେତା ମାନଙ୍କୁ ଗିରଫ କରି ନେଇଥିଲା। ନେତାମାନେ ଗିରଫ ହେବାପରେ କର୍ମୀମାନେ ପଳାଇ ଯାଇଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.