ଜଗତସିଂହପୁର: ଜିଲ୍ଲାରେ ଆସନ୍ତା ୨୧ ତାରିଖରୁ ୨୬ ତାରିଖ ପର୍ଜ୍ୟନ୍ତ ଜାତୀୟ କୃର୍ମି ନାଶକ ଦିବସ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅନେକାଂଶରେ ୧ ରୁ ୧୯ ବର୍ଷର ପିଲା କୃର୍ମୀ ଜନିତ ରୋଗରେ ପିଡିତ ହୋଇଥାନ୍ତି । କୃର୍ମୀ ଜନତ ରୋଗ ଯୋଗୁଁ ପିଲାମାନଙ୍କ ଠାରେ ରକ୍ତ ହିନତା ରୋଗ ବହୁଳ ପରିମାଣରେ ଦେଖାଯାଏ । ତେବେ ଜିଲାରେ ଆସନ୍ତା ୨୧ ତାରିଖଠାରୁ ୨,୨୩,୨୪୫ ଜଣ ପିଲାଙ୍କୁ କୃର୍ମୀ ନାଶକ ବଟିକା ବଣ୍ଟନ କରାଯିବ ।
ଏହାକୁ ନେଇ ଜିଲ୍ଲାପାଳଙ୍କ କାର୍ୟାଳୟରେ ଆଲୋଚନା କରାଯାଇଛି । କୋଭିଡ ନିୟମ ମାନି ଆଶାକର୍ମୀ ଓ ଅଙ୍ଗନବାଡି ଦିଦି ଘରଘର ବୁଲି ଏହି ବଟିକା ବଣ୍ଟନ କରିବେ । ଯଦି କେଉଁ ପିଲା କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ତେବେ ସେମାନେ ଏହାକୁ ସେବନ କରିବେ ନାହିଁ ବୋଲି ଜିଲା ମୂଖ୍ୟ ଚିକିତ୍ସାଧିକାରୀ ବିଜୟା ପଣ୍ଡା କହିଥିଲେ । ପ୍ରତିବର୍ଷ ଏହି ଜାତୀୟ କୃର୍ମି ନାଶକ ଦିବସ ପାଳିତ ହୋଇ ଆସୁଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ