ETV Bharat / state

ରହସ୍ୟରେ ଋଷୀୟ ଇଞ୍ଜିନିୟରଙ୍କ ମୃତ୍ୟୁ, ଆଜି ହେବ ପୋଷ୍ଟମର୍ଟମ - ଋଷୀୟ ଇଞ୍ଜିନିୟରଙ୍କ ମୃତ୍ୟୁ

ପାରାଦ୍ୱୀପ ବନ୍ଦରଠାରୁ ସମୁଦ୍ରର 10 କିଲୋମିଟର ଦୂରରେ ଥିବା ଜାହାଜରେ ଋଷୀୟ ନାଗରିକଙ୍କ ମୃତଦେହ ଉଦ୍ଧାର ହୋଇଛି ( Russian nationals death Body body rescued ) । ଆଜି ମୃତଦେହ ବ୍ୟବଚ୍ଛେଦ କରାଯିବ । ଅଧିକ ପଢନ୍ତୁ

Russian nationals death in Paradeep
ଜାହାଜରେ ଋଷୀୟ ନାଗରିକ ମୃତ୍ୟୁ ଘଟଣା,
author img

By

Published : Jan 4, 2023, 8:47 AM IST

Updated : Jan 4, 2023, 8:52 AM IST

Russian nationals death in Paradeep

ପାରାଦ୍ବୀପ: ରାୟଗଡା ପରେ ପାରାଦ୍ବୀପରେ ଜଣେ ଋଷୀୟ ନାଗରିକଙ୍କର ମୃତ୍ୟୁ ଘଟଣା ଚର୍ଚ୍ଚାରେ ରହିଛି । ସୋମବାର ବିଳମ୍ବିତ ରାତିରେ ଜଣେ ଋଷୀୟ ଚିଫ୍ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ପାରାଦ୍ବୀପ ବନ୍ଦର ଆଙ୍କରେଡ ଅଞ୍ଚଳରେ ଅଟକି ରହିଥିଲା ଜାହାଜ 'ଏମଭି ଏଏଲ ଦାନହା'ର ଚିଫ ଇଞ୍ଜିନିୟର ମିଲ ୟୁକୁବ ସର୍ଜଇଙ୍କର ମୃତଦେହକୁ ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ପାରାଦ୍ବୀପ ପୋର୍ଟ ପୋଲିସ ଉଦ୍ଧାର କରିଛି ( Russian nationals death Body body rescued )। ଜଣେ ଋଷୀୟ ଚିଫ୍ ଇଞ୍ଜିନିୟରଙ୍କ ରହସ୍ୟଜନକ ମୃତ୍ୟୁ ରାଜ୍ୟରେ ଆଲୋଡନ ଖେଳାଇଛି । ଆଜି ମିଲ ୟୁକୁବ ସର୍ଜଇଙ୍କର ମୃତଦେହର ହେବ ପୋଷ୍ଟମର୍ଟମ । ବ୍ୟବଚ୍ଛେଦ ପାଇଁ SCB ନି‌ଆଯାଇ ପାରେ ।

ସମୁଦ୍ରରେ ଦୀର୍ଘ ସମୟ ଧରି ଅଟକି ରହିଥିଲା । ବିଳମ୍ବିତ ରାତିରେ ପାରାଦ୍ବୀପ ବନ୍ଦର ଠାରୁ ସମୁଦ୍ରର 10 କିଲୋମିଟର ଦୂରରେ ଥିବା ଜାହାଜରୁ ମୃତ ଋଷୀୟ ନାଗରିକଙ୍କର ମୃତଦେହ ଉଦ୍ଧାର ହୋଇଛି । ପାରାଦ୍ବୀପ ପୋର୍ଟ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଆଇନଗତ ପ୍ରକ୍ରିୟା, କାଗଜପତ୍ର କରିବାରେ ବିଳମ୍ବ ଓ ଥାନାରେ ଲିଖିତ ଅଭିଯୋଗ ହୋଇ ନଥିବାରୁ ପୋଲିସ ମୃତଦେହ ଜବତ କରିବାରେ ବିଳମ୍ବ ହୋଇଥିବା ଜଣାପଡିଛି । ଜାହାଜରେ ଥିବା ସମସ୍ତ କ୍ରୁ ସଦସ୍ୟଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି । ପାରାଦ୍ବୀପ ବନ୍ଦର ଆଙ୍କରେଡ ଅଞ୍ଚଳରେ ବର୍ଥିଂ ପାଇଁ ଜାହାଜରେ ମୋଟ 22ଜଣ ସଦସ୍ୟ ଥିବା ଜଣାପଡିଛି । ଋଷୀୟ ଇଞ୍ଜିନିୟରଙ୍କ କିଭଳି ମୃତ୍ୟୁ ହେଲା ସେ ସମ୍ପର୍କରେ ମେରାଇନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢନ୍ତୁ...ପାରାଦ୍ବୀପରେ ଋଷୀୟ ନାଗରିକଙ୍କର ମୃତ୍ୟୁ, କାରଣ ଅସ୍ପଷ୍ଟ

ଲିଖିତ ଅଭିଯୋଗ ହେବା ପରେ ପୋଲିସ ଜାହାଜ ଭିତରକୁ ଯାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଜାହଜରେ ଥିବା ସମସ୍ତ କ୍ରୁ ସଦସ୍ୟଙ୍କୁ ପଚରାଉଚରା କରାଯାଉଛି । ମୃତଦେହ ବ୍ୟବଚ୍ଛେଦ ପରେ ଋଷ ପଠାଯିବ କିମ୍ବା ପରିବାରର ଅନୁମତି ନେଇ ଏଠାରେ ଶେଷକୃତ୍ୟ କରାଯିବ ତାହା ସ୍ପଷ୍ଟ ହୋଇନାହିଁ । ରାୟଗଡାରେ ଋଷୀୟ ନାଗରିକଙ୍କ ମୃତ୍ୟୁ ସନ୍ଦେହରେ ଥିବାବେଳେ ପାରାଦ୍ବୀପରେ ପୁଣି ଜଣେ ଋଷୀୟ ନାଗରିକଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ଏହା ବି ପଢନ୍ତୁ...ତତ୍କାଳୀନ ଜିଲ୍ଲାପାଳଙ୍କ PA ମୃତ୍ୟୁ ଘଟଣା, କୋର୍ଟରେ ହାଜର ହେଲେ ପତ୍ନୀ

ପ୍ରକାଶ ଥାଉ କି ରାୟଗଡାରେ ଦୁଇଜଣ ଋଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାରେ ଥିବାବେଳେ ପାରାଦ୍ବୀପରେ ଜଣେ ଋଷୀୟ ନାଗରିକଙ୍କର ମୃତ୍ୟୁ ସନ୍ଦେହ ବଢାଉଛି । ଗତ ବର୍ଷ ଡିସେମ୍ବର ୨୨ ତାରିଖ ରାୟଗଡ଼ା ଜିଲ୍ଲା ବୁଲିବା ପାଇଁ ଆସିଥିବା ଜଣେ ଋଷିଆ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଗତ ଡିସେମ୍ବର ୨୧ ତାରିଖ ଦିନ ସେ ଅନ୍ୟ ୪ ଜଣ ପର୍ଯ୍ୟଟକଙ୍କ ସହ ଦାରିଙ୍ଗବାଡ଼ିଠାରୁ ରାୟଗଡ଼ା ଆସିଥିଲେ । ଏହାର ଠିକ ଦିନକ ପରେ ଆର୍ଥାତ ୨୪ ତାରିଖ ଦିନ ଋଷିଆରୁ ଆସିଥିବା ଅନ୍ୟଜଣେ ପର୍ଯ୍ୟଟକ ଆଣ୍ଟୋନା ପାଭେଲଙ୍କ ମୃତ୍ୟୁ ହୋଇଥିଲା । ପାଭେଲ ରୁଷିଆର ଜଣେ ପୂର୍ବତନ ସାଂସଦ ବୋଲି ଜଣାପଡିଥିଲା । ଦୁଇ ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ତଦନ୍ତ ଆରମ୍ଭ କରିଛି । କିଛି ଦିନରେ ବ୍ୟବଧାନରେ ଓଡିଶାରେ 3 ଜଣ ଋଷୀୟ ନାଗରିକଙ୍କ ମୃତ୍ୟୁ ଆଲୋଡନ ସୃଷ୍ଟି କରିଛି । ବିଗତ 10 ଦିନ ଭିତରେ ଓଡିଶାରେ ଋଷ ନାଗରିକଙ୍କ ମୃତ୍ୟୁ ଭାବରେ ଏହା ତୃତୀୟ ଘଟଣା ।

ଇଟିଭି ଭାରତ,ଜଗତସିଂହପୁର

Last Updated : Jan 4, 2023, 8:52 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.