ETV Bharat / state

ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

author img

By

Published : Apr 19, 2021, 10:24 PM IST

ପାରାଦ୍ଵୀପ ଷଣ୍ଢକୁଦ ବସ୍ତି ଅଞ୍ଚଳରେ ଜଣେ ୧୫ ବର୍ଷୀୟା ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅଧିକ ପଢନ୍ତୁ...

ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଜଗତସିଂହପୁର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ପାରାଦ୍ଵୀପ ଷଣ୍ଢକୁଦ ବସ୍ତି ଅଞ୍ଚଳରେ ଜଣେ ୧୫ ବର୍ଷୀୟା ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ।

ସୂଚନା ଅନୁଯାୟୀ, ପୀଡିତା ନାବାଳିକାଙ୍କ ବାପା ଓ ଅଭିଯୁକ୍ତ ଏକାଠି ସମୁଦ୍ରରେ ମାଛ ମାରିବାକୁ ଯାଆନ୍ତି। ଏହି ସମ୍ପର୍କ ଯୋଗୁଁ ଅଭିଯୁକ୍ତ ନାବାଳିକାଙ୍କ ଘରକୁ ପ୍ରାୟ ଯିବା ଆସିବା କରେ। ୪ ରୁ ୫ ମାସ ହେଲା ଅଭିଯୁକ୍ତ ନାବାଳିକାଙ୍କ ଘର ନିକଟରେ ତାସ ଖେଳିବାକୁ ଯାଇ ତାଙ୍କୁ ଦୁଷ୍କର୍ମ କରିଥିବା ନାବାଳିକା ଓ ତାଙ୍କ ମା ଅଭିଯୋଗ କରିଥିବା ବେଳେ ଏହି ଘଟଣାକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିଛନ୍ତି ଅଭିଯୁକ୍ତ ।

ପୋଲିସ ତଦନ୍ତ କଲେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ଅଭିଯୁକ୍ତ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଅଭିଯୋଗ ପାଇବା ପରେ ଜଟାଧାର ମୁହାଣ ସାମୁଦ୍ରିକ ଥାନା ପକ୍ଷରୁ ଅଭିଯୁକ୍ତ ପି. ଉମାଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.