ETV Bharat / state

ନାମାଙ୍କନ ଭରିଲେ ଜଗତସିଂହପୁରର ପ୍ରଥମ ମହିଳା ସାଂସଦ ପ୍ରାର୍ଥୀ - ବିଜେଡି

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ଲୋକସଭା ନିର୍ବାଚନରେ 33 ପ୍ରତିଶତ ମହିଳା ସଂରକ୍ଷଣ ନେଇ ଘୋଷଣା କରିଥିଲେ । ଯାହାର ଫଳସ୍ବରୂପ ଦଳ ରାଜଶ୍ରୀଙ୍କୁ ଜିଲ୍ଲାରୁ ସାଂସଦ ପ୍ରାର୍ଥୀ କରିଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Apr 6, 2019, 8:19 PM IST

ଜଗତସିଂହପୁର: ଜିଲ୍ଲାର ପ୍ରଥମ ମହିଳା ସାଂସଦ ପ୍ରାର୍ଥୀ ଭାବେ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରାଜଶ୍ରୀ ମଲ୍ଲିକ । ଲୋକସଭା ଆସନରେ ବିଜେଡି ସାଂସଦ ପ୍ରାର୍ଥୀ ଭାବେ ରାଜଶ୍ରୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମ ଥର ପାଇଁ ଜିଲ୍ଲାର ଲୋକସଭା ଆସନରେ ଜଣେ ମହିଳା ପ୍ରାର୍ଥୀ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ଲୋକସଭା ନିର୍ବାଚନରେ 33 ପ୍ରତିଶତ ମହିଳା ସଂରକ୍ଷଣ ନେଇ ଘୋଷଣା କରିଥିଲେ । ଯାହାର ଫଳସ୍ବରୂପ ଦଳ ରାଜଶ୍ରୀଙ୍କୁ ଜିଲ୍ଲାରୁ ସାଂସଦ ପ୍ରାର୍ଥୀ କରିଥିଲା । ତେବେ ରାଜଶ୍ରୀ ବର୍ତ୍ତମାନ ତିର୍ତ୍ତୋଲରୁ ବିଧାୟିକା ଅଛନ୍ତି ।

ଆଜି ନିଜ ସମର୍ଥକଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଭରିଥିଲେ । ନିଜ ନିର୍ବାଚନମଣ୍ଡଳୀ ତିର୍ତ୍ତୋଲର ହନୁମାନ ମନ୍ଦିରଠାରୁ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ରାଜଶ୍ରୀ । ପରେ ଦିନ ୨ଟା ସମୟରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଗୁହା ପୁନମ୍ ତାପସ କୁମାରଙ୍କୁ ଭେଟି ତାଙ୍କର ପ୍ରାର୍ଥୀପତ୍ର ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ ଆସନ୍ତା ୮ ତାରିଖରେ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା ନାମାଙ୍କନ ଭରିବାର ସୂଚନା ରହିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.