ETV Bharat / state

ଦ୍ୱିତୀୟ ଦିନରେ ଜମୁଛି ରଜପାନର ଆସର

author img

By

Published : Jun 15, 2022, 9:11 PM IST

ଓଡ଼ିଶାର ଗଣପର୍ବ ରଜ । ଆଜି ଦ୍ୱିତୀୟ ଦିନରେ ରଜ ପର୍ବ ବେଶ ଧୁମଧାମରେ ଚାଲିଛି । ଅଧିକ ପଢ଼ନ୍ତୁ

ଦ୍ୱିତୀୟ ଦିନ ଜମୁଛି ରଜପାନର ଆସର
ଦ୍ୱିତୀୟ ଦିନ ଜମୁଛି ରଜପାନର ଆସର

ଜଗତସିଂହପୁର : ଓଡ଼ିଶାର ଗଣପର୍ବ ରଜ । ଆଜି ଦ୍ୱିତୀୟ ଦିନରେ ରଜ ପର୍ବ ବେଶ ଧୁମଧାମରେ ଚାଲିଛି । ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର । ତେବେ ଆଜି ଜଗତସିଂହପୁର ସହରର ବିଭିନ୍ନ ସ୍ଥାନରେ ରଜ ପାନ ଦୋକାନ ଖୋଲିଛି । ୪୦ ପ୍ରକାର ମସଲାରେ ପ୍ରସ୍ତୁତ ରଜ ପାନ ନେବାକୁ ଲୋକଙ୍କ ଭିତରେ ଆଗ୍ରହ ପ୍ରକାଶ ପାଇଛି ।

ଦ୍ୱିତୀୟ ଦିନ ଜମୁଛି ରଜପାନର ଆସର

ଏହି ପାନର ଦର ୧୦ଟଙ୍କାରୁ ଆରମ୍ଭ କରି ୫୦ଟଙ୍କା ପର୍ଯ୍ୟନ୍ତ ରହିଥିବାରୁ ସାଧାରଣ ବର୍ଗର ଲୋକଙ୍କୁ ବେଶ ସୁହାଉଛି । ରଜର ମୌଳିକତାକୁ ବଜାୟ ରଖିବା ପାଇଁ ବିଭିନ୍ନ ସ୍ଥାନରେ ପାନ, ରଜ ଦୋଳି, ଓ ପୋଡ଼ପିଠାର ଆସର ଜମୁଛି । ପିଲା ଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ରଜର ମାହୋଲକୁ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳିଛି।

ରଜରେ ପାନର ଚାହିଦା ଥିବାରୁ ବିଭିନ୍ନ ଦୋକାନୀମାନେ ସ୍ପେଶାଲ ପାନ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ବିଶେଷ କରି ଜଗତସିଂହପୁର ସହରରେ ବନାରସ ପାନର ବେଶ ଚାହିଦା ରହିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.