ETV Bharat / state

କର୍ମଚାରୀ ମୃତ୍ୟୁକୁ ନେଇ ପାରାଦ୍ୱୀପ ଇଫ୍କୋ ସାର କାରଖାନା ଆଗରେ ଧାରଣା

author img

By

Published : Jul 18, 2021, 10:57 AM IST

ସଡ଼କ ଦୁର୍ଘଟଣାରେ ମୃତ ଇଫ୍କୋ କର୍ମଚାରୀଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବିରେ ଇଫ୍କୋ ଗେଟ୍ ନିକଟରେ ଧାରଣା । ଅଧିକ ପଢନ୍ତୁ...

କର୍ମଚାରୀ ମୃତ୍ୟୁକୁ ନେଇ ପାରାଦ୍ୱୀପ ଇଫ୍କୋ ସାର କାରଖାନା ଆଗରେ ଧାରଣା
କର୍ମଚାରୀ ମୃତ୍ୟୁକୁ ନେଇ ପାରାଦ୍ୱୀପ ଇଫ୍କୋ ସାର କାରଖାନା ଆଗରେ ଧାରଣା

ପାରାଦ୍ଵୀପ: ସଡ଼କ ଦୁର୍ଘଟଣାରେ ମୃତ ଇଫ୍କୋ କର୍ମଚାରୀଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବିରେ ପରିବାର ପକ୍ଷରୁ ଗତକାଲି(ଶନିବାର) ରାତିରୁ ଇଫ୍କୋ ଗେଟ୍ ନିକଟରେ ଧାରଣା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଇଫ୍କୋ କାରଖାନାରୁ ସାର ପରିବହନ ସମ୍ପୂର୍ଣ୍ଣ ବନ୍ଦ ଥିବା ଜଣାପଡ଼ିଛି । ଗେଟ୍ ସମ୍ମୁଖ ରାସ୍ତା ଉପରେ ପରିବାର ଲୋକେ ବସି ନାରବାଜି କରୁଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଇଫ୍କୋ ସାର କାରଖାନାର ଷ୍ଟୋର କିପର ଭାବେ ପ୍ରତାପ ସେଠୀ କାର୍ଯ୍ୟ କରୁଥିଲେ । ଗତକାଲି ମଧ୍ୟାହ୍ନରେ‌ ଷ୍ଟୋର ଇନଚାର୍ଜ ରମାକାନ୍ତ ମିଶ୍ର ଭୁବନେଶ୍ବରରେ ଛାଡି ଦେବାକୁ ପ୍ରତାପଙ୍କୁ କହିଥିଲେ । ଫଳରେ ପ୍ରତାପ ନିଜ କାରରେ ରମାକାନ୍ତ ମିଶ୍ର ଓ ତାଙ୍କ ପରିବାରକୁ ଧରି ଭୁବନେଶ୍ବର ଯାଉ ଥିବାବେଳେ କୁଜଙ୍ଗ ନିକଟରେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ରମାକାନ୍ତ ମିଶ୍ରଙ୍କ ମୃତ୍ୟୁ ହୋଇ ଥିବାବେଳେ ମେଡିକାଲରେ ପ୍ରତାପ ସେଠୀଙ୍କ ମୃତ୍ୟୁ ଘଟିଛି ।

ପ୍ରତାପ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ କମ୍ପାନୀରେ ନିଯୁକ୍ତି ଦାବି କରି ଗ୍ରାମବାସୀ ଓ ପରିବାର ପକ୍ଷରୁ ଇଫ୍କୋ ଗେଟ୍ ସମ୍ମୁଖରେ ଧାରଣା ଦିଆଯାଇଛି । ଫଳରେ ଇଫ୍କୋ କାରଖାନାରୁ ସାର ପରିବହନରେ ବାଧା ସୃଷ୍ଟି ହୋଇଛି । ଗତକାଲି ବିଳମ୍ବିତ ରାତ୍ରରୁ ଆଜି(ରବିବାର) ସକାଳ ପର୍ଯ୍ୟନ୍ତ ପରିବାର ଲୋକେ ଧାରଣାରେ ବସିଥିବା ଜଣାପଡିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.