ETV Bharat / state

ଆଳିପିଙ୍ଗଳ ଉପ କାରାଗାରରୁ ସ୍କାଏ ଲାଇଟ ଭାଙ୍ଗି କଏଦୀ ଚମ୍ପଟ - ଆଳିପିଙ୍ଗଳ ଉପ କାରାଗାରରୁ କଏଦୀ ଚମ୍ପଟ

ଜଗତସିଂହପୁର ଉପକଣ୍ଠ ଆଳିପିଙ୍ଗଳ ସବ ଜେଲରୁ କଏଦୀ ଫେରାର । ସେଲର ସ୍କାଏ ଲାଇଟ ଭାଙ୍ଗି ଫେରାର ହୋଇଯାଇଥିବା ସୂଚନା । ଅଧିକ ପଢ଼ନ୍ତୁ

prisoner escaped from jail
ଜେଲର ସ୍କାଏ ଲାଇଟ ଭାଙ୍ଗି କଏଦୀ ଚମ୍ପଟ
author img

By

Published : Mar 5, 2023, 4:04 PM IST

ଜଗତସିଂହପୁର: ପୋଲିସ ହେପାଜତରୁ କଏଦୀ ଫେରାର । ଜଗତସିଂହପୁର ଉପକଣ୍ଠ ଆଳିପିଙ୍ଗଳ ସବ ଜେଲରୁ କଏଦୀ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଅଭିଯୁକ୍ତ ଏକ ଚୋରି ମାମଲାରେ ଗିରଫ ହୋଇ ଗତ ୨୦ ଦିନ ହେଲା ଜେଲରେ ଥିଲା । ଅଭିଯୁକ୍ତ ଜଣକ ହେଲା ସଦର ଥାନା ଅନ୍ତର୍ଗତ ମଣ୍ଡାସାହି ପଞ୍ଚାୟତ ନିନିଗାଁ ଅଞ୍ଚଳର ମୁରଲୀଧର ଭୋଇଙ୍କ ପୁଅ ଜଗନ୍ନାଥ ଭୋଇ । ଗତ ଶନିବାର ଭୋର ସମୟରେ ପୋଲିସକୁ ଚକମା ଦେଇ ଜଗନ୍ନାଥ ଭୋଇ ଖସି ପଳାଇବାକୁ ସଫଳ ହୋଇଛି ।

କୋର୍ଟରେ ଜଗନ୍ନାଥର ଜାମିନ ଆବେଦନ ଖାରଜ ହେବାରୁ ତାକୁ ଆଳିପିଙ୍ଗଳ ଉପ କାରାଗାରକୁ ବିଚାରାଧୀନ କଏଦୀ ଭାବେ ରଖାଯାଇଥିଲା । ସେ 20 ଦିନ ହେବ ଏହି ଉପ କାରାଗାରରେ ରହିଥିଲା । ଗତ ଶନିବାର ଭୋର ସମୟରେ ନିଜେ ରହୁଥିବା କଠୋରୀର ସ୍କାଏ ଲାଇଟକୁ ଏକ ବାଉଁଶ ସାହାଯ୍ୟରେ ଭାଙ୍ଗି ଦେଇଥିଲା । ପୂର୍ବ ଯୋଜନା ମୁତାବକ ଛାତ ଉପରକୁ ଚଢି ଯିବାପରେ ଏକ ବାଉଁଶ ସାହାଯ୍ୟରେ ଜେଲ ପାଚେରୀ ଡେଇଁ କଏଦୀଟି ଫେରାର ହୋଇଯାଇଥିଲା । ଆଜି(ରବିବାର) ଏହି ଘଟଣା ଜଣାପଡିବା ପରେ ଜେଲ କର୍ତ୍ତୃପକ୍ଷ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ମାତ୍ର ବିଚାରାଧୀନ କଏଦୀ ଜଗନ୍ନାଥର କୌଣସି ପତ୍ତା ମିଳି ପାରିନଥିଲା ।

କୌଣସି ସୂତ୍ରରୁ ଖବର ପାଇ ଜେଲ କର୍ମଚାରୀ ନାରାୟଣ ସାହୁ ଓ ସୁଭାଷ ଚନ୍ଦ୍ର ସେଠୀ ଏବଂ ଅନ୍ୟ କର୍ମଚାରୀ ଜଗନ୍ନାଥର ଘରକୁ ଯାଇ ଚଢ଼ାଉ କରିଥିଲେ । ଏହି ସମୟରେ ଅଭିଯୁକ୍ତ ଜଗନ୍ନାଥ ଘରର ମାଣ୍ଟୁ ଉପରେ ଲୁଚି ରହିଥିବାର ପୋଲିସ ଦେଖିବାକୁ ପାଇଥିଲା । ପୋଲିସ ସହାୟତାରେ ଜଗନ୍ନାଥକୁ କାବୁ କରାଯାଇ ଆଳିପିଙ୍ଗଳ ଉପ କାରାଗାରକୁ ଅଣାଯାଇଥିଲା । ତେବେ ଏହି ଘଟଣା ପ୍ରଥମ ନୁହେଁ । ଆଳିପିଙ୍ଗଳ ଉପ କାରାଗାର କଏଦୀ ଫେରାର ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଜେଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ଚର୍ଚ୍ଚା ହେଉଛି ।

ପ୍ରକାଶ ଥାଉକି, 2022 ମେ' ମାସରେ ବାଲିକୁଦା ଅଞ୍ଚଳର ବିଚାରାଧୀନ କଏଦୀ ଭାବେ ସଜା କାଟୁଥିବା ଜୀବନ ଜ୍ୟୋତି ସାହୁ ନାମକ ଜଣେ ବ୍ୟକ୍ତି ଏକ ବାଉଁଶ ସାହଯ୍ୟରେ ଆଳି ପିଙ୍ଗଳ ଉପ କାରାଗାରରୁ ଖସି ପଳାଇବାକୁ ସକ୍ଷମ ହୋଇଥିଲା । ଏ ସମ୍ପର୍କରେ ସେତେବେଳେ ଜେଲ କର୍ତ୍ତୃପକ୍ଷ ଜଗତସିଂହପୁର ଥାନାରେ ଏତଲା ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ଜୀବନ ଜ୍ୟୋତିକୁ ଧରିବାରେ ପୋଲିସ ସକ୍ଷମ ହୋଇ ପାରିନାହିଁ । ଜେଲରେ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ସଂଖ୍ୟା କମ ଥିବାବେଳେ ଜେଲରେ ବନ୍ଦୀଙ୍କ ସଂଖ୍ୟା ବହୁତ ହୋଇଛି । ଫଳରେ ସୁଯୋଗ ଖୋଜି କଏଦୀମାନେ ଖସିଯିବାକୁ ସମର୍ଥ ହେଉଛନ୍ତି । ସେହିଭଳି ସିସିଟିଭିଗୁଡିକ ସଠିକ ସ୍ଥାନରେ ଲଗାଯାଇ ନଥିବାରୁ ଏହାର ଫାଇଦା ଉଠାଉଛନ୍ତି କଏଦୀ । ବାରମ୍ବାର ଏହିଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ କର୍ତ୍ତୃପକ୍ଷ ଏଥିପ୍ରତି ସଜାଗ ହେବା ଜରୁରୀ ହୋଇପଡ଼ିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.