ଜଗତସିଂହପୁର: ପାରାଦ୍ବୀପ ଗସ୍ତରେ କେନ୍ଦ୍ର ଜାହାଜ ଚଳାଚଳ ତଥା ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା । ଏହି ଅବସରରେ ବୃକ୍ଷରୋପଣ, ସ୍ବଚ୍ଛତା, ଫିଟ ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।
ଗୁରୁବାର ଦିନିକିଆ ପାରୀଦ୍ବୀପ ଗସ୍ତରେ ଆସି ବନ୍ଦର ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା । ଏବାବ୍ୟତୀତ ସେ ଏକ ନବ ନିର୍ମିତ କଲ୍ୟାଣ ମଣ୍ଡପକୁ ମଧ୍ୟ ଦଘାଟନ କରିଥିଲେ । ଏହାପରେ ସ୍ବଚ୍ଛତା ହିଁ ସେବା ନାମକ କାର୍ଯ୍ୟକ୍ରମରେ ଯୋଗଦେଇ ବନ୍ଦର ପରିସରରେ ଚାରା ରୋପଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ମୋଦିଙ୍କ ଫିଟ୍ ଇଣ୍ଡିଆ ମିଶନକୁ ସଫଳ କରିବା ପାଇଁ ଆୟୋଜିତ ସାଇକେଲ ରାଲି ସେ ନିଜେ ସାଇକେଲ୍ ଚଳାଇ ଥିଲେ । ଅପରାହ୍ନରେ ପାରାଦୀପ ବନ୍ଦରର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ମାଣ୍ଡଭ୍ୟା ଭୁବନେଶ୍ବର ଫେରିଯାଇଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ