ETV Bharat / state

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍‌, ଜଣେ ମୃତ

author img

By

Published : Jun 18, 2022, 10:15 AM IST

Updated : Jun 18, 2022, 11:04 AM IST

ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦୀପ ରାସ୍ତା ତେରମାଣପୁର ସେନାପତି ପେଟ୍ରୋଲ ପମ୍ପ୍‌ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍‌ । ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

severe road accident in jagatsinghpur
ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର, ଜଣେ ମୃତ

ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦୀପ ରାସ୍ତା ତେରମାଣପୁର ସେନାପତି ପେଟ୍ରୋଲ ଟାଙ୍କି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍‌ । ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ଅବସ୍ଥାରେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ମୃତକ ଜଣକ ମହାକାଳପଡ଼ା ଥାନା କୋଚିଳା ଗ୍ରାମର ରାମଚନ୍ଦ୍ର ବେହେରା ବୋଲି ଜଣାପଡ଼ିଛି । ଦୁର୍ଘଟଣା ସମ୍ପର୍କରେ ଖବରପାଇ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡି ଭିତରୁ ଦୁଇଜଣଙ୍କୁ ଉଦ୍ଧାର କରି ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲା ।

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍‌, ଜଣେ ମୃତ

ତେବେ ସେଠାରେ ଡାକ୍ତର ରାମଚନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଗୁରୁତର ବ୍ୟକ୍ତିଙ୍କୁ କଟକ ସ୍ଥାନାନ୍ତରିତ କରାଯିବା ନେଇ ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଜଣେ ନିଖୋଜ ଯୁବତୀଙ୍କୁ ଖୋଜିବାକୁ ଆସି କାର୍‌ଟି ପାରାଦୀପ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା । ସେପଟେ ଦୁର୍ଘଟଣାଗ୍ରସ୍ତ କାର୍‌ ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଲୋକଙ୍କ ଉତ୍ତେଜନା ଦେଖାଦେଇଥିବାବେଳେ ତିର୍ତ୍ତୋଲ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Jun 18, 2022, 11:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.