ETV Bharat / state

ସାମ୍ବାଦିକଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଗିରଫ - ସାମ୍ବାଦିକଙ୍କୁ ହତ୍ୟା ଧମକ ଜଗତସିଂହପୁର

ଦୁର୍ନୀତି ଖବର ପ୍ରସାରଣ କରିଥିବା ସାମ୍ବାଦିକଙ୍କୁ ହତ୍ୟା ଧମକ । ଗିରଫ ହେଲା ଅଭିଯୁକ୍ତ । ଅଧିକ ପଢନ୍ତୁ...

ସାମ୍ବାଦିକଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଗିରଫ
ସାମ୍ବାଦିକଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଗିରଫ
author img

By

Published : Feb 24, 2021, 5:32 PM IST

ଜଗତସିଂହପୁର: ସାମ୍ବାଦିକଙ୍କୁ ହତ୍ୟା ଧମକ ଦେଇ ଗିରଫ ହେଲେ ଜଣେ ଯୁବକ । ମୁଦୁପୁର ପଞ୍ଚାୟତର ଜଣେ ଯୁବକ କାର୍ଯ୍ୟରତ ସାମ୍ବାଦିକଙ୍କୁ ହତ୍ୟା ଧମକ ଦେଇ ଗିରଫ ହୋଇଛନ୍ତି । ତେବେ ସାମ୍ବାଦିକ ଜଣକ ଦୁର୍ନୀତିର ଖବର ପ୍ରସାରଣ କରିଥିବାରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ ଜଗତସିଂହପୁର ସଦର ବ୍ଲକ ମୁଦୁପୁର ପଞ୍ଚାୟତର ଜଣେ ଯୁବକ କାର୍ଯ୍ୟରତ ସାମ୍ବାଦିକଙ୍କୁ ଗାଳି ଗୁଳଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ସେହି ପଞ୍ଚାୟତରେ ଅନ୍ୟ କାହାର ଟିପଚିହ୍ନ ଦେଇ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ଭିଡିଓ ଭାଇରାଲ ହେବାପରେ ସାମ୍ବାଦିକ ଜଣକ ଏହାକୁ ନେଇ ଖବର ପ୍ରସାରଣ କରିଥିଲେ । ଯାହାକୁ ନେଇ ଆକ୍ରୋଶ ରଖି ସାମ୍ବାଦିକଙ୍କୁ ହତ୍ୟା ଧମକ ଦିଆଯାଇଥିଲା ।

ଏନେଇ ଆଜି(ବୁଧବାର) ଜଗତସିଂହପୁର ଥାନରେ ଏତଲା ଦିଆଯାଇଥିଲା । ପୋଲିସ ଘଟଣାର ତଦନ୍ତ କରି ସିଦ୍ଧଲ ନିକଟରୁ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଏଥିରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସାମ୍ବାଦିକ ଜଣଙ୍କ ଅଭିଯୋଗ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.