ETV Bharat / state

ତେଲ ଚୋରି ରାକେଟର ଫର୍ଦ୍ଦାଫାଶ କଲା ଲକ୍ ଥାନା ପୋଲିସ

ପାରାଦ୍ଵୀପ ଉଦୟବଟ ନିକଟରେ ଦୀର୍ଘଦିନ ହେବ ଚାଲିଥିବା ତେଲ ଚୋରି ରାକେଟର ପର୍ଦ୍ଦାଫାଶ କରିଛି ପାରାଦ୍ଵୀପ ଲକ୍ ଥାନା ପୋଲିସ । ଅଧିକ ପଢନ୍ତୁ...

ତେଲ ଚୋରୀ ରାକେଟର ଫର୍ଦ୍ଦାଫାଶ କଲା  ଲକ୍ ଥାନା ପୋଲିସ

author img

By

Published : Jan 31, 2021, 5:37 PM IST

ଜଗସିଂହପୁର: ପାରାଦ୍ଵୀପ ଉଦୟବଟ ନିକଟରେ ଦୀର୍ଘଦିନ ହେବ ଚାଲିଥିବା ତେଲ ଚୋରି ରାକେଟର ପର୍ଦ୍ଦାଫାଶ କରିଛି ପାରାଦ୍ଵୀପ ଲକ୍ ଥାନା ପୋଲିସ । ୩୩ ବ୍ୟାରେଲ ଡିଜେଲ, ଗୋଟିଏ ତେଲ ଟ୍ୟାଙ୍କର ଓ ଗୋଟିଏ ମିନି ଟ୍ରକ୍ ଜବତ କରିଥିବା ବେଳେ ଜଣେ ଚୋରା ତେଲ ବ୍ୟବସାୟୀକୁ ଗିରଫ କରିଛି ପୋଲିସ ।

ତେଲ ଚୋରୀ ରାକେଟର ଫର୍ଦ୍ଦାଫାଶ କଲା ଲକ୍ ଥାନା ପୋଲିସ

ପାରାଦ୍ଵୀପର ବିଭିନ୍ନ ସ୍ଥାନରେ ଦିନକୁ ଦିନ ଏହି ଚୋରା ତେଲ କାରବାରର ଚେର ଲମ୍ବି ଲମ୍ବି ଚାଲିଛି। ପାରାଦୀପରେ ଥିବା ତିନୋଟି ତେଲ ଟର୍ମିନାଲରୁ ଟ୍ୟାଙ୍କର ଯୋଗେ ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି ପେଟ୍ରୋଲ, ଡିଜେଲ ଓ କିରୋସିନି ପରିବହନ କରାଯାଇଥାଏ।

ଯେତେବେଳେ ଟର୍ମିନାଲରୁ ଟ୍ୟାଙ୍କର ଯୋଗେ ତେଲ ବାହାରକୁ ଆସେ ବାଟ ରେ ବିଭିନ୍ନ ସ୍ଥାନ ବାଉରିଆପାଳନ୍ଦା, ଉଦୟବିହାର, ଉଦୟବଟ, ଚୁନ ଓ ଭୁତମୁଣ୍ଡାଇ ଠାରେ ଏହି ତେଲ ଟ୍ୟାଙ୍କରରୁ କିଛି ପରିମାଣର ତେଲ କଢା ଯାଇଥାଏ।

ପରେ ଏହି ଚୋରା ତେଲକୁ ମାର୍କେଟ ମୂଲ୍ୟ ଠାରୁ ୧୦ ରୁ ୧୫ ଟଙ୍କା କମ୍ ମୂଲ୍ୟରେ ବାହାରେ ବିକ୍ରି କରାଯାଇଥାଏ। ଏହି ରାକେଟରେ କିଛି ଅସାଧୁ କର୍ମଚାରୀ, ଗାଡି ମାଲିକ, ଡ୍ରାଇଭର ଓ ଚୋରା ତେଲ ବେପାରୀଙ୍କ ସଂପୃକ୍ତି ରହିଛି।

ଏଭଳି ଏକ ଚୋରା ତେଲ କାରବାର ରାକେଟର ଖବର ପାଇ ଲକ୍ ଥାନା ପୋଲିସ ଉଦୟବିହାର ନିକଟ ଏକ ସର୍ଭିସିଂ ସେଣ୍ଟର ପାଖରେ ଚଢ଼ାଉ କରି ୩୩ ବ୍ୟାରେଲ ଡିଜେଲ, ଗୋଟିଏ ମିନି ଟ୍ରକ୍, ଗୋଟିଏ ଟ୍ୟାଙ୍କର ଓ ବ୍ୟବହୃତ ପାଇପ, ମଟର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି।

ଏହି ୩୩ଟି ବ୍ୟାରେଲରେ ୬୦୦୦ରୁ ଉର୍ଦ୍ଧ୍ବ ଲିଟର ଡିଜେଲ ରହିଛି। ଏହି ତେଲ ଟ୍ୟାଙ୍କର ପାରାଦୀପ କୋଷ୍ଟଗାର୍ଡକୁ ଯିବା ପରିବର୍ତ୍ତେ ଉଦୟବିହାର ନିକଟରେ କିଛି ପରିମାଣର ତେଲ ଚୋରା ଚାଲାଣ କରାଯାଉଥିବା ତଦନ୍ତରୁ ଜଣାପଡିଛି ବୋଲି ଲକ୍ ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

ସେହିପରି ଉଦୟବଟ ଜଗନ୍ନାଥ ମନ୍ଦିର ନିକଟ ମାର୍କେଟ କମ୍ପଲେକ୍ସର ୬ ଓ ୭ ନମ୍ବର ଦୋକାନରେ ଗଚ୍ଛିତ ଥିବା ବିପୁଳ ପରିମାଣର ତେଲ ମଧ୍ୟ ଜବତ କରିଛି ଲକ୍ ଥାନା ପୋଲିସ। ପାରାଦ୍ଵୀପ ଏ.ଏସ.ପି ନିମାଇଁ ଚରଣ ସେଠୀଙ୍କ ନେତୃତ୍ବରେ ଏହି ଚୋରା ତେଲ ରାକେଟରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି।

ଜଗତସିଂହପୁର ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.