ଜଗତସିଂହପୁର: ଜିଲ୍ଲାରେ କୋରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଶନିବାର ଗୋଟିଏ ଦିନରେ 171 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଲିକୁଦାରୁ 18, ବିରିଡିରୁ 12, ଏରସମାରୁ 22, କୁଜଙ୍ଗରୁ 5, ନାଉଗାଁରୁ 9, ତିର୍ତ୍ତୋଲରୁ 8, ରଘୁନାଥପୁରରୁ 16, ଜଗତସିଂହପୁର ଗ୍ରାମାଞ୍ଚଳରୁ 38, ଜଗତସିଂହପୁର ସହରରୁ 31 ପାରାଦ୍ୱୀପ ସହରରୁ 11 ଓ ଅନ୍ୟ ଜିଲ୍ଲାରୁ ଆସିଥିବା ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଲକଡାଉନ ପରେ କ୍ରମାଗତ ଭାବେ ଜଗତସିଂହପୁର ସହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର 8ଟି ବ୍ଲକ ମଧ୍ୟରୁ ଜଗତସିଂହପୁର ସହରରୁ ସର୍ବାଧିକ 1,171 ଜଣ ଚିହ୍ନଟ ହୋଇଛନ୍ତି । ଯାହାକି ଚିନ୍ତାର କାରଣ ପାଲଟିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ