ଜଗତସିଂହପୁର: ମଙ୍ଗଳବାର ଓଡ଼ିଶାର ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ତିର୍ତ୍ତୋଲ ବ୍ଲକ ର ବନ୍ୟାଞ୍ଚଳ ପରିଦର୍ଶନ କରି ଗ୍ରାମବାସୀ ଙ୍କ ସହିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି।
ମନ୍ତ୍ରୀଙ୍କ ସହିତ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପରିଦର୍ଶନ ସମୟରେ ଉପସ୍ଥିତ ରହି ଲୋକମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । କ୍ରିଷ୍ଣାନଦପୁର ଠାରେ ମନ୍ତ୍ରୀ ପାଇକା ନଦୀବନ୍ଧ ଉନ୍ନୟନ ସମ୍ପର୍କରେ ସାଂସଦ, ପୂର୍ବତନ ବିଧାୟକ ଓ ଜଳସମ୍ପଦ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ସମୀକ୍ଷା କରିଛନ୍ତି।
ଜଗତସିଂହପୁର ରୁ ସୁଶାନ୍ତ କୁମାର ପାତ୍ର