ETV Bharat / state

ମିଲରଙ୍କ ମନମାନୀ, କୁଇଣ୍ଟାଲରେ 5 କିଲୋ କାଟୁଛନ୍ତି ଧାନ

ଜଗତସିଂହପୁର ଜିଲ୍ଲାରେ ମୋଟ 4ଟି ରାଇସ ମିଲ ଥିବା ବେଳେ ପ୍ରତି ମଣ୍ଡିରେ 10 ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରାଯାଉଛି । ଫଳରେ ଜିଲ୍ଲାରେ ମିଲରଙ୍କ ଅଭାବ ପରିଲକ୍ଷିତ ହେଉଛି । ଅଧିକ ପଢନ୍ତୁ...

author img

By

Published : Feb 3, 2021, 10:40 PM IST

ଜଗତସିଂହପୁର କୁଇଣ୍ଟାଲ ପ୍ରତି 5 କିଲୋ ଧାନ କାଟୁଛନ୍ତି ମିଲର

ଜଗତସିଂହପୁର: ଜିଲ୍ଲାର ଧାନ ମଣ୍ଡିର ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଚାଷୀ ମଣ୍ଡିକୁ ଧାନ ନେଇ ନାହିଁ ନଥିବା ସମସ୍ୟାରେ ପଡୁଛନ୍ତି । ଜିଲ୍ଲାର ବିଭିନ୍ନ ମଣ୍ଡିରେ ଠିକ ସମୟରେ ମିଲର ଆସୁ ନଥିବାରୁ ଧାନ ପଡି ରହୁଛି । ଜଗତସିଂହପୁର ଜିଲ୍ଲାରେ ମୋଟ 4ଟି ରାଇସ ମିଲ ଥିବା ବେଳେ ପ୍ରତି ମଣ୍ଡିରେ 10 ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରାଯାଉଛି । ଫଳରେ ଜିଲ୍ଲାରେ ମିଲରଙ୍କ ଅଭାବ ପରିଲକ୍ଷିତ ହେଉଛି । ସମ୍ପ୍ରତ୍ତି ଜଗତସିଂହପୁର ଜିଲ୍ଲାର ଚାଷୀ ପଶ୍ଚିମ ଓଡ଼ିଶାର, ସମ୍ବଲପୁର, ବରଗଡ଼ ଅଞ୍ଚଳର ମିଲର ମାନଙ୍କ ଉପରେ ନିର୍ଭର କରନ୍ତି । ଅଧିକ ଦୂରତା ଯୋଗୁଁ ମିଲର ମାନଙ୍କ ଆସିବାରେ ବିଳମ୍ବ ହୋଇଥାଏ, ଫଳରେ ଚାଷୀ ଧାନ ଅମଳ କରି ବହୁ ଦିନ ଧରି ମଣ୍ଡିରେ ପକାଇ ରଖୁଥିବା ଦେଖିବାକୁ ମିଳୁଛି ।

ମିଲରଙ୍କ ଅଭାବ ଯୋଗୁଁ ଧାନ ଉଠି ପାରୁନାହିଁ । ତେବେ ମିଲର ମାନେ ଧାନକୁ ପରୀକ୍ଷା କରିବା ବାହାନାରେ ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ଧାନରେ 4 ରୁ 5 କିଲୋ କାଟୁଥିବା ଦେଖିବାକୁ ମିଳିଛି । ଯେଉଁ ଚାଷୀ ଏଥିରେ ଅସନ୍ତୋଷ ପ୍ରକାଶ କରୁଛି ତାର ଧାନ ଭଲ ନଥିବା ଦର୍ଶାଇ ମିଲର ନେଉ ନାହାନ୍ତି । ବାଧ୍ୟ ହୋଇ ଚାଷୀ କୁଇଣ୍ଟାଲ ପ୍ରତି 4 ରୁ 5 କେଜି ଦେବାପାଇଁ ବାଧ୍ୟ ହେଉଛନ୍ତି । ଏସମ୍ପର୍କରେ ଆମେ ଜାଣିବା ପରେ ନିୟନ୍ତ୍ରିତ ବଜାର କମିଟି ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚରିବାରୁ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.