ETV Bharat / state

CYCLONE IMPACT: ସମୁଦ୍ର ମଧ୍ୟରୁ ୨୦ ବାଂଲାଦେଶୀ ମତ୍ସ୍ୟଜୀବୀ ଉଦ୍ଧାର - ଭାରତୀୟ କୋଷ୍ଟଗାର୍ଡ

ସମୁଦ୍ର ମଧ୍ୟରେ ଭାସୁଥିବା ୨୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଭାରତୀୟ କୋଷ୍ଟଗାର୍ଡ । ବାତ୍ୟା ସିତ୍ରାଙ୍ଗ କାରଣରୁ ସମୁଦ୍ର ଅଶାନ୍ତ ରହିଥିବା କାରଣରୁ ଏହି ମତ୍ସ୍ୟଜୀବୀଙ୍କ ଡଙ୍ଗା ବୁଡ଼ିଯାଇଥିଲା । ବାତ୍ୟା ଯିବା ପରେ ସମୁଦ୍ରର ସ୍ଥିତି ଉପରେ ନଜର ରଖୁଥିବା ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ଏମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅଧିକ ପଢ଼ନ୍ତୁ

CYCLONE IMPACT: ସମୁଦ୍ର ମଧ୍ୟରୁ ୨୦ ବାଂଲାଦେଶୀ ମତ୍ସ୍ୟଜୀବୀ ଉଦ୍ଧାର

author img

By

Published : Oct 26, 2022, 9:40 PM IST

ପାରାଦ୍ବୀପ: ବାତ୍ୟା ସିତ୍ରାଙ୍ଗ ସମୟରେ ସମୁଦ୍ର ମଧ୍ୟରେ ପ୍ରଖର ଢେଉରେ ଓଲଟିଲା ବୋଟ । ଗଭୀର ସମୁଦ୍ର ମଧ୍ୟରେ ଫସି ରହିଥିବା ୨୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଭାରତୀୟ କୋଷ୍ଟଗାର୍ଡ । ସମସ୍ତେ ସୁରକ୍ଷିତ ରହିଥିବା ସୂଚନା । ତେବେ ଆଇନ ଅନୁଯାୟୀ ବାଂଲାଦେଶ କୋଷ୍ଟଗାର୍ଡ ସହିତ ଆଲୋଚନା ପରେ ଏମାନଙ୍କୁ ବାଂଲାଦେଶ ଛଡ଼ାଯିବ ବୋଲି ଭାରତୀୟ କୋଷ୍ଟଗାର୍ଡ ସୂଚନା ଦେଇଛି ।

CYCLONE IMPACT: ସମୁଦ୍ର ମଧ୍ୟରୁ ୨୦ ବାଂଲାଦେଶୀ ମତ୍ସ୍ୟଜୀବୀ ଉଦ୍ଧାର

ସୂଚନା ଅନୁସାରେ ବାତ୍ୟା ସିତ୍ରାଙ୍ଗ କାରଣରୁ ସମୁଦ୍ର ଅଶାନ୍ତ ରହିବା ସହିତ ଲଘୁଚାପ ଜନିତ ବାତ୍ୟା ପ୍ରଭାବରେ ସମୁଦ୍ରରେ ଉଚ୍ଚ ଢେଉ ଆସିଥିଲା । ଏହି ସମୟରେ ସମୁଦ୍ର ମଧ୍ୟରେ ଏକ ବାଂଲାଦେଶୀ ମତ୍ସ୍ୟଜୀବୀ ବୋଟ ଓଲଟି ପଡ଼ିଥିଲା । ବାତ୍ୟା ପ୍ରଭାବରେ ଡଙ୍ଗାଟି ବୁଡିଯିବା କାରଣରୁ ଏଥିରେ ଥିବା ପ୍ରାୟ ୨୦ ମତ୍ସ୍ୟଜୀବୀ ବିଭିନ୍ନ ଭାଷମାନ ପଦାର୍ଥକୁ ଆଶ୍ରା କରି ସମୁଦ୍ର ମଧ୍ୟରେ ଭାସିଥିଲେ । ଏହି ସମୟରେ ବାତ୍ୟା ଯିବା ପରେ ସମୁଦ୍ରର ସ୍ଥିତି ଉପରେ ନଜର ରଖୁଥିବା ଭାରତୀୟ କୋଷ୍ଟଗାର୍ଡ ନଜରକୁ ଏହି ମତ୍ସ୍ୟଜୀବୀମାନେ ଆସିଥିଲେ ।

ଏହାପରେ ଭାରତୀୟ କୋଷ୍ଟଗାର୍ଡର ଏକ ଜାହାଜ ସହାୟତାରେ ଏହି ବାଂଲାଦେଶୀ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ସମସ୍ତ ୨୦ ମତ୍ସ୍ୟଜୀବୀ ସୁରକ୍ଷିତ ରହିଥିବା ଜଣାପଡ଼ିଛି । ତେବେ କୋଷ୍ଟଗାର୍ଡ ଆଇନ ଅନୁଯାୟୀ ଏହି ସମ୍ପର୍କରେ ବାଂଲାଦେଶ କୋଷ୍ଟଗାର୍ଡ ସହିତ ଆଲୋଚନା ପରେ ମତ୍ସ୍ୟଜୀବୀମାନଙ୍କୁ ବାଂଲାଦେଶ ଛଡ଼ାଯିବ ବୋଲି ଭାରତୀୟ କୋଷ୍ଟଗାର୍ଡ ତରଫରୁ ସୂଚନା ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.