ଜଗତସିଂପୁର: ଜଗତସିଂହପୁର ଜିଲ୍ଲାସ୍ଥିତ ପ୍ରସିଦ୍ଧ ଶୈବପୀଠ ଗୋରେଖନାଥଙ୍କ ପୀଠରୁ ଚୋରି । ଗତକାଲି(ମଙ୍ଗଳବାର) ରାତିରେ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।
ସୂଚନା ମୁତାବକ, ଗତ ୬ ମାସ ତଳେ ହୁଣ୍ଡିରୁ ଟଙ୍କା ଗଣାଯାଇଥିଲା । ତା’ ପରଠାରୁ ଏଯାବତ ଲକ୍ଷାଧିକ ଟଙ୍କା ଶ୍ରଦ୍ଧାଳୁ ମାନେ ଦାନ କରିଛନ୍ତି । ତେବେ ଗତକାଲି ରାତିରେ ଦୁଇଜଣ ଲୁଟେରା ହୁଣ୍ଡି ଭାଙ୍ଗି ଟଙ୍କାସବୁ ବସ୍ତାରେ ଭର୍ତ୍ତି କରି ଲୁଟି ନେଇଥିବା ସିସିଟିଭିରେ କଏଦ ହୋଇଛି । ଘଟଣା ସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ମନ୍ଦିର ପରିସରରେ ପୋଲିସ ଫାଣ୍ଡି ଥାଇ କିଭଳି ଚୋରି ହେଲା ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।
ଇଟିଭି ଭାରତ, ଜଗତସିଂହପୁର