ETV Bharat / state

କୁଜଙ୍ଗ, କୋର୍ଟ ଓ ବିବାଦ: ଜିଲ୍ଲାକୋର୍ଟ ମୁଖ୍ୟ ଫାଟକ ବନ୍ଦକରି ଜଗତସିଂହପୁର ଓକିଲ ସଂଘର ବିରୋଧ

କୁଜଙ୍ଗକୁ ଫ୍ୟାମିଲି କୋର୍ଟ ଓ ପୋକ୍ସ କୋର୍ଟ ସ୍ଥାନାନ୍ତର ନିଷ୍ପତିକୁ ଜଗତସିଂହପୁର ଓକିଲ ସଂଘର ବିରୋଧ । ଜିଲ୍ଲାକୋର୍ଟର ମୁଖ୍ୟ ଫାଟକକୁ ବନ୍ଦ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କୋର୍ଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ଜଗତସିଂହପୁର ଓକିଲ ସଂଘର ସଦସ୍ୟ । ଅଧିକ ପଢନ୍ତୁ

ପରିବାର ଅଦାଲତ ଓ ପୋକ୍ସ କୋର୍ଟକୁ ନେଇ ଆଇନଜୀବୀଙ୍କ ମଧ୍ୟରେ ବିବାଦ

author img

By

Published : May 5, 2022, 3:50 PM IST

ଜଗତସିଂହପୁର: ଜିଲ୍ଲାରେ ପ୍ୟାମିଲି କୋର୍ଟ ଓ ପୋକ୍ସୋ କୋର୍ଟକୁ ନେଇ ଆଇନଜୀବୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି । କୁଜଙ୍ଗରେ ପରିବାର ଅଦାଲତ(Family Court) ଓ ପୋକ୍ସୋ ଅଦାଲତ ପ୍ରତିଷ୍ଠା ଦାବିରେ କୁଜଙ୍ଗ ଓକିଲ ସଂଘ ପକ୍ଷରୁ ଗତ ୨ ତାରିଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ସହ କୋର୍ଟ ବର୍ଜନ କରାଯାଇଥିଲା ।

ପରିବାର ଅଦାଲତ ଓ ପୋକ୍ସ କୋର୍ଟକୁ ନେଇ ଆଇନଜୀବୀଙ୍କ ମଧ୍ୟରେ ବିବାଦ

ପରେ କୁଜଙ୍ଗକୁ କୋର୍ଟ ସ୍ଥାନାନ୍ତର ପାଇଁ ନିଷ୍ପତି ହୋଇଛି । ମାତ୍ର ଜଗତସିଂହପୁର ବାର୍‌ ଆସୋସିଏସନ ପକ୍ଷରୁ ଏହି ନିଷ୍ପତିକୁ ବିରୋଧ କରାଯାଇଛି । ଜିଲ୍ଲାକୋର୍ଟ ମୁଖ୍ୟ ଫାଟକକୁ ବନ୍ଦ କରି ଦିଆଯିବା ସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କୋର୍ଟ ବର୍ଜନ କରିଛନ୍ତି, ଜଗତସିଂହପୁର ବାର୍‌ ଆସୋସିଏସନର ସଦସ୍ୟ । ଫଳରେ ସାଧାରଣ ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁର ବାର୍‌ ଆସୋସିଏସନ ଦାବି କରିଛି ଯେ, ଜିଲ୍ଲା ମୁଖ୍ୟାଳୟରେ ପୋକ୍ସ କୋର୍ଟ ଓ ପରିବାର କୋର୍ଟ ରହିବାର ଆବଶ୍ୟକତା ରହିଛି । ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ଗୋଟିଏ ଲେଖାଏଁ ଫ୍ୟାମିଲି କୋର୍ଟ ରହିଛି ଓ ଜିଲ୍ଲା ମୁଖ୍ୟାଳୟରେ ରହିଛି ।

ଯଦି ଜଗତସିଂହପୁରରୁ କୁଜଙ୍ଗକୁ କିଛି କୋର୍ଟ ସ୍ଥାନାନ୍ତର ହୁଏ, ଏଥିରେ ଅନେକ ଆଇନଜୀବୀ ପ୍ରଭାବିତ ହେବେ । ଜିଲ୍ଲାର ଅନ୍ୟ ଅଞ୍ଚଳର ଲୋକେ ମଧ୍ୟ ଅସୁବିଧା ଭୋଗିବେ । ସେହିପରି ବାର୍‌ ଆସୋସିଏସନ ପକ୍ଷରୁ ସ୍ଥାୟୀ ଭିଜିଲାନ୍ସ କୋର୍ଟ ଓ SC/ST କୋର୍ଟ ଖୋଲିବାକୁ ଦାବି କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.