ETV Bharat / state

ଶିଶୁ ଆଶ୍ରମରୁ ଏକ ମାସରେ 2 ପିଲା ଗାଏବ, ସନ୍ଦେହ ଘେରରେ କର୍ତ୍ତୃପକ୍ଷ

author img

By

Published : Oct 11, 2019, 1:12 AM IST

ଜଗତସିଂହପୁର ଜିଲ୍ଲାର ଶିଶୁ ମଙ୍ଗଳ ଅଧିକାରୀ ଦ୍ବାରା ପରିଚାଳିତ ଚାଟରାସ୍ଥିତ ଶିଶୁ ଆଶ୍ରମକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଗୋଟିଏ ମାସରେ ଏଠାରୁ 2ଟି ପିଲା ନିଖୋଜ ହୋଇଛନ୍ତି । ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ କିପରି ଜାଣି ପାରୁନାହାଁନ୍ତି ଏହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଶିଶୁ ଆଶ୍ରମରୁ ଏକ ମାସରେ 2 ପିଲା ଗାଏବ

ଜଗତସିଂହପୁର: ଜିଲ୍ଲାର ଶିଶୁ ମଙ୍ଗଳ ଅଧିକାରୀ ଦ୍ବାରା ପରିଚାଳିତ ଚାଟରାସ୍ଥିତ ଶିଶୁ ଆଶ୍ରମକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହି ଆଶ୍ରମରୁ ବାରମ୍ବାର ଅନ୍ତେବାସୀ ନାବାଳକ କିପରି ନିଖୋଜ ହୋଇ ଯାଉଛନ୍ତି ଓ ଏହାର ପରିଚାଳକ କିମ୍ବା ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ କିପରି ଜାଣି ପାରୁନାହାଁନ୍ତି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପିଲା ନିଖୋଜ ହୋଇଗଲା ପରେ ଶିଶୁ ଆଶ୍ରମ ପରିଚାଳକ ଥାନାରେ ଏତଲା ଦେଇ ଦାୟିତ୍ବ ଖସାଇ ଦେଉଥିବା ବେଳେ ପୋଲିସ ମଧ୍ୟ ଏଦିଗରେ ବିଶେଷ ଆଗ୍ରହ ପ୍ରକାଶ କରୁନାହିଁ । ଯାହାକୁ ନେଇ ଅନାଥ ଶିଶୁମାନଙ୍କୁ ଭଗବାନଙ୍କ ଭରସା ଛଡା ଆଉ ଅନ୍ୟଗତି ନାହିଁ ।

ଶିଶୁ ଆଶ୍ରମରୁ ଏକ ମାସରେ 2 ପିଲା ଗାଏବ

ଗତ 1 ତାରିଖରେ ସଦରଥାନା ଅନ୍ତର୍ଗତ କେନ୍ଦାଳ ଗ୍ରାମର କାର୍ତ୍ତିକ ପାତ୍ର ନାମକ ଜଣେ ନାବାଳକ ନିଖୋଜ ହୋଇ ଯାଇଥିଲେ । ଏଯାବତ ତାର ସନ୍ଧାନ ପାଇପାରିନି ପୋଲିସ କି ଶିଶୁ ମଙ୍ଗଳ ଅଧିକାରୀ । ସେହିପରି ଅନୁରୂପ ଜଗତସିଂହପୁର ସହରର ସୋମନାଥ ହାଟରେ ବାଲେଶ୍ବର ଅଞ୍ଚଳର ଜୈନକ ନାବାଳକ ଭିକ୍ଷାବୃତ୍ତି କରିବା ସମୟରେ ଧରା ପଡିଥିଲା । ପୋଲିସ ତାକୁ CWCରେ ହାଜର କରିବା ପରେ ଶିଶୁ ଆଶ୍ରମକୁ ପଠାଇ ଦେଇଥିଲା । କିନ୍ତୁ ଶିଶୁ ଆଶ୍ରମରେ 2 ଦିନ ରହିବା ପରେ ସେ ପୁଣି କେଉଁଆଡେ ନିଖୋଜ ହୋଇଯାଇଥିଲା ।

ଏହିଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏସମ୍ପର୍କରେ ଆମ ଇଟିଭି ଭାରତ ପ୍ରତିନିଧି ପୋଲିସର ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ବି ସେ କ୍ୟାମେରା ଆଗରେ କିଛି କହିବାକୁ ସଫା ସଫା ମନା କରିଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାର CWC ଦ୍ବାରା ପରିଚାଳିତ ଚାଟର ଶିଶୁ ଆଶ୍ରମ କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ଆଶ୍ରମ ରୁ ବାରମ୍ବାର ଅନ୍ତବାସୀ ନାଁ ବାଳକ କିପରି ନିଖୋଜ ହୋଇ ଯାଉଛନ୍ତି ଓ ଏହାର ପରିଚାଳକ କିମ୍ବା ସୁରକ୍ଷା ଦାଇତ୍ୱ ରେ ଥିବା କର୍ମଚାରୀ ଏହା ଜାଣିପାରୁନାହାନ୍ତି ଏହାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି।ପିଲା ନିଖୋଜ ହୋଇଗଲା ପରେ ଶିଶୁ ଆଶ୍ରମ ପାରିଚାଳକ ଥାନାରେ ଏତଲା ଦେଇ ଦାୟିତ୍ୱ ଖସାଇ ଦେଉଥିବା ବେଳେ ପୋଲିସ ମଧ୍ୟ ଏଦିଗରେ ବିଶେଷ ଆଗ୍ରହ ପ୍ରକାଶ କରୁନାହିଁ।ଯାହାକୁ ନେଇ ଅନାଥଶିଶୁ ମାନଙ୍କୁ ଭଗବାନ ଭରସା ଛଡା ଆଉ ଅନ୍ୟଗତି ନାହିଁ। ଗତ 1, ତାରିଖରେ ସଦର ଅନ୍ତର୍ଗତ ଥାନା କେନ୍ଦiଳ ଗ୍ରାମର କର୍ତ୍ତିକ ପାତ୍ର ନାମକ ଜଣେ ନାଁ ବାଳକ ନିଖୋଜ ହୋଇ ଯାଇଥିଲା।ଏଯାବତ ତାର ସନ୍ଧାନ ପାଇପାରିନି ପୋଲିସ କି CWC. ସେହିପରି ଅନୁରୂପ ଜଗତସିଂହପୁର ସହରର ସୋମନାଥ ଙ୍କ ହାଟରେ ବାଲେଶ୍ୱର ଅଂଚଳର ଜୈନିକ ନାଁ ବାଳକ ଭିକ୍ଷା ବୃତ୍ତି କରିବା ସମୟରେ ଧାରା ପଡିଥିଲା।ପୋଲିସ ତାକୁ CWC ରେ ହଜାର କରିବା ପରେ ଶିଶୁ ଆଶ୍ରମ କୁ ପଠାଇ ଦିଆଯାଇଥିଲା। କିନ୍ତୁ ଶିଶୁ ଆଶ୍ରମରେ 2 ଦିନ ରହିବା ପରେ ସେ କେଉଁ ଆଡେ ନିଖୋଜ ହୋଇଯାଇଥିଲା ।ଏହିଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।ଏସମ୍ପର୍କ ରେ ଆମେ ପୋଲିସର ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ କିନ୍ତୁ ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରି ଦେଇଛି।

Body:Byt_Anjan acharya, superintendent, CWC sisu seems
byt_Amarendra patra, nikhoj kartika ra father

Conclusion:RPT_SUSANTA PATRA
jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.