ETV Bharat / state

ବିଷାକ୍ତ ତରଳ ପଦାର୍ଥ ପକାଇ ଲୁଟ ଉଦ୍ୟମ; ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ - ଲୁଟ

ପାରାଦ୍ବୀପ ଲକ ଥାନା ଅନ୍ତର୍ଗତ ଝିମାଣି ଗ୍ରାମରେ ଏକ ପରିବାର ଉପରେ ବିଷାକ୍ତ ତରଳ ପଦାର୍ଥ ପକାଇ ଲକ୍ଷାଧିକ ସାମଗ୍ରୀ ଲୁଟି ନେଇଥିବା ପାଞ୍ଚ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ଅଧିକ ପଢନ୍ତୁ...

ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ
ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ
author img

By

Published : Jun 11, 2021, 8:35 AM IST

ପାରାଦ୍ବୀପ: ଟାଉନ ପୋଲିସକୁ ସଫଳତା । ପାରାଦ୍ବୀପ ଲକ ଥାନା ଅନ୍ତର୍ଗତ ଝିମାଣି ଗ୍ରାମରେ ଏକ ପରିବାର ଉପରେ ବିଷାକ୍ତ ତରଳ ପଦାର୍ଥ ପକାଇ ଲକ୍ଷାଧିକ ସାମଗ୍ରୀ ଲୁଟି ନେଇଥିବା ପାଞ୍ଚ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ ।

ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ

ସୂଚନାଅନୁସାରେ,ଗତ ମେ ମାସ 28 ଓ 29 ତାରିଖରେ ପାରାଦ୍ବୀପ ଲକ ଥାନା ଅନ୍ତର୍ଗତ ଝିମାଣି ଗ୍ରାମର ସଫଳା ତରାଇଙ୍କ ଘରେ ରାତି ଅଧିଆ ପଶି ପରିବାର ଲୋକଙ୍କ ଉପରେ ବିଷାକ୍ତ ତରଳ ପଦାର୍ଥ ପକାଇବା ସହିତ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ କିଛି ଲୁଟେରା । ପରିବାରର ସମସ୍ତ ସଦସ୍ୟ ଚେତାଶୂନ ହୋଇ ପଡିବା ପରେ ଲୁଟେରା ଦଳ ତାଲା ଭାଙ୍ଗି ସେମାନଙ୍କ ଘରୁ ଲକ୍ଷାଧିକ ଟଙ୍କାର ଜିନିଷ ଲୁଟି ନେଇଥିଲେ । ଏହିଭଳି ଏକାଧିକ ସ୍ଥାନରେ ବିଷାକ୍ତ ତରଳ ପଦାର୍ଥ ପକାଇ ଲୁଟ କରି ଚାଲିଥିଲେ ଲୁଟେରା । ସ୍ଥାନୀୟ ଲୋକଙ୍କ ନିଦ ଉଡାଉଥିଲେ ଲୁଟେରା ଦଳ ।

ଲୁଟେରାଙ୍କୁ କାବୁ କରିବା ପୋଲିସ ପାଇଁ ଚିନ୍ତାର କାରଣ ହୋଇଥିଲା । ଲୁଟେରାଙ୍କୁ କାବୁ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଗୁରୁବାର ବିଶେଷ ସୂତ୍ରରୁ ଖବର ପାଇ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଚଢାଉ କରି ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ସୁନା ମଙ୍ଗଳ ସୂତ୍ର ଦୁଇଟି ମୋବାଇଲ ଫୋନ ଓ ଏକ ଟା ଟା ଏସି ଜବତ ହୋଇଛି । ଗିରଫ ପାଞ୍ଚ ଜଣ ହେଲେ ରାଜେଶ ମହାଳୀ, ଶଙ୍କର ରାଉତ, ଦୀପକ ସୁତାର, ରମାକାନ୍ତ ପରିଡା, ଓ ଅମିତ କର । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.