ETV Bharat / state

ବିଭିନ୍ନ ସମସ୍ୟା ନେଇ ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ନବ ନିର୍ମାଣ କୃଷକ ସଂଗଠନ । ଅଧିକ ପଢନ୍ତୁ

naba nirman krushak sangathan
naba nirman krushak sangathan
author img

By

Published : Feb 4, 2023, 1:44 PM IST

farmer protest

ଜଗତସିଂହପୁର: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ବିଭିନ୍ନ ସମସ୍ୟା ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଶତାଧିକ ଚାଷୀ ସହର ପରିକ୍ରମା କରିବା ପରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମଣ୍ଡି ସମସ୍ୟା, ଟୋକନ ଲାପ୍ସ, କଟନୀ ଛଟନୀ ଓ ଆନ୍ଦୋଳନରତ ଚାଷୀ ମାନଙ୍କ ପ୍ରତି ଜଗତସିଂହପୁର ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଚାଷୀ ସମସ୍ୟା ଦୂର କରିବାରେ ବିଫଳ ହୋଇଥିବା କୃଷକ ନେତାମାନେ ଅଭିଯୋଗ କରିଥିଲେ ।

କୃଷକ ନେତା ଶେଷଦେଵ ନନ୍ଦ ଅଭିଯୋଗ କରିଛନ୍ତି ଯେ,'' ଜଗତସିଂହପୁର ଜିଲ୍ଲାରେ ଚାଷୀ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ଟୋକନ ପାଇଥିବା ଚାଷୀ ତାର କଷ୍ଟ ଅର୍ଜିତ ଦ୍ରଵ୍ୟକୁ ବିକ୍ରି କରିପାରିନାହିଁ । କେଉଁଠି ମିଲର ମାନେ ଶୋଷଣ କରୁଛନ୍ତି ତ କେଉଁଠି ଧାନ ଦିନ ଦିନ ଧରି ମଣ୍ଡିରେ ପଡି ରହୁଛି । ଫଳରେ ଚାଷୀ ଧାନ ବିକ୍ରି କରି ନପାରି ସମସ୍ୟାର ସମ୍ମୁଖୀନ ହେଉଛି । ''

ସେ ଆହୁରି ମଧ୍ୟ କହିଛନ୍ତି ଯେ, ''ଚାଷୀ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ କି ଯୋଗାଣ ବିଭାଗ ବିଫଳ ହେଉଛି । ଏହାକୁ ବିରୋଧ କରି ଯଦି ଚାଷୀ ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଚେଷ୍ଟା କରୁଛନ୍ତି ତେବେ ନିର୍ଦ୍ଦୋଷ ଚାଷୀ ମାନଙ୍କୁ ବିନା ଦୋଷରେ ଜେଲରେ ପୁରାଇ ଦିଆଯାଉଛି । ଶୀତ କାକରରେ ଚାଷୀ ତାର ଦ୍ରବ୍ୟକୁ ନେଇ ଦିନ ଦିନ ଧରି ଅଖିଆ ଅପିଆ ମଣ୍ଡିରେ ପଡି ରହୁଛି । କିନ୍ତୁ ଏହା ପ୍ରଶାସନକୁ ଦେଖା ଯାଉନାହିଁ । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଅଧାରୁ ଅଧିକ ମଣ୍ଡି ଖୋଲିନାହିଁ । କେତେକ ସ୍ଥାନରେ ମଣ୍ଡିରେ ଚାଷୀ ଧାନ ପକାଇ ରଖିଥିଲେ ମଧ୍ୟ ମିଲରଙ୍କର ଦେଖାନାହିଁ । ଏପରିକି କେଉଁଠି ଧାନ କୁଇଣ୍ଟାଲ ପିଛା 5 କେଜି କାଟି ଦିଆଯାଉଛି । ଏହା ସବୁ ଜାଣିବା ସତ୍ତ୍ବେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବାରୁ ଚାଷୀ ମାରଣ ନୀତିକୁ ପଦାରେ ପକାଇଥିବା ଚାଷୀ ନେତାମାନେ କହିଛନ୍ତି । ''

ଏହି ବିକ୍ଷୋଭ ପ୍ରଦର୍ଶନରେ ଶହ ଶହ ଚାଷୀ ଯୋଗ ଦେଇ ନାରାବାଜି ଦେଇଥିଲେ । ଯଦି ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ନପାଏ ତେବେ ଆଗାମୀ ଦିନରେ ବଡ ଧରଣର ଚାଷୀ ଆନ୍ଦୋଳନ କରାଯିବ ବୋଲି କୃଷକ ନେତା କହିଛନ୍ତି ।

ଗତ 21 ତାରିଖରେ ଧାନକିଣା ଅବ୍ୟବସ୍ଥା ନେଇ ଛାତ୍ର ସଂଗଠନ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ ବାସଭବନ ଘେରାଉ କରିଥିଲେ ନବନିର୍ମାଣ ଯୁବ ଛାତ୍ର ସଂଗଠନ । ଜଗତସିଂହପୁର ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥା ଏବଂ ନିରୀହ ଚାଷୀଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଇ ଗିରଫ କରାଯାଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ବିରୋଧ କରି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ ବାସଭବନ ଘେରାଉ କରିଥିଲେ ନବନିର୍ମାଣ ଯୁବ ଛାତ୍ର ସଂଗଠନ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.