ETV Bharat / state

‘ଇଟିଭି ଭାରତ’ର ପ୍ରଭାବ: ଚେତିଲା ପ୍ରଶାସନ, ଦୂର ହେଲା ରାସ୍ତା ସମସ୍ୟା - ଜଗତସିଂହପୁର ଲାଟେଷ୍ଟ ନ୍ୟୁଜ୍‌

ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ସବୁ ଜାଣି ଚୁପ ବସିରହିଥିଲା । ହେଲେ ଏନେଇ ଇଟିଭି ଭାରତରେ ଖବର ପ୍ରସାରଣ ହେବା ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ ଓ ଦୂର ହୋଇଛି ଲୋକଙ୍କର ବର୍ଷ ବର୍ଷର ସମସ୍ୟା ।

etv bharat impact, jagatsinghpur latest news, road problem in jagatsinghpur, ଜଗତସିଂହପୁରରେ ରାସ୍ତା ସମସ୍ୟା, ଜଗତସିଂହପୁର ଲାଟେଷ୍ଟ ନ୍ୟୁଜ୍‌, ଇଟିଭି ଭାରତ ମହାପ୍ରଭାବ
ଇଟିଭି ଭାରତ ମହାପ୍ରଭାବ: ଚେତିଲା ପ୍ରଶାସନ, ଦୂର ହେଲା ରାସ୍ତା ସମସ୍ୟା
author img

By

Published : Dec 27, 2019, 9:43 PM IST

ଜଗତସିଂହପୁର: ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ସବୁ ଜାଣି ଚୁପ ବସିରହିଥିଲା । ଫଳରେ ଗମନାଗମନ ପାଇଁ ରାସ୍ତାଟିଏ ନପାଇ ପ୍ରାୟ ପ୍ରତିଦିନ ଅସୁବିଧାର ସମ୍ମୁଖୀନ ହେଉଥିଲେ ନାଉଗାଁ ବ୍ଲକର 14ଟି ପଞ୍ଚାୟତର ଲୋକେ । ହେଲେ ଏନେଇ ଇଟିଭି ଭାରତରେ ଖବର ପ୍ରସାରଣ ହେବା ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ ଓ ଦୂର ହୋଇଛି ଲୋକଙ୍କର ବର୍ଷ ବର୍ଷର ସମସ୍ୟା ।

ଇଟିଭି ଭାରତ ମହାପ୍ରଭାବ: ଚେତିଲା ପ୍ରଶାସନ, ଦୂର ହେଲା ରାସ୍ତା ସମସ୍ୟା

ପ୍ରକାଶ ଯେ ବାଲିକୁଦା ପୂର୍ତ୍ତ ବିଭାଗ ଅଧିନରେ ଥିବା ନାଉଗାଁ ଶିଖର ଘାଟଠାରୁ 55ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଦୀର୍ଘ ଦିନ ଧରି ଅସମ୍ପୂର୍ଣ୍ଣ ହୋଇ ପଡିଥିଲା । ଏହି 9 କିଲୋମିଟର ରାସ୍ତାକୁ ସମ୍ପୂର୍ଣ୍ଣ କରିବା ପାଇଁ 2016ରୁ ଏକ ଘରୋଇ ଠିକା ସଂସ୍ଥାକୁ 4କୋଟି 39 ଲକ୍ଷ ଟଙ୍କାର ଟେଣ୍ଡର ଦିଆଯାଇଥିଲା । ହେଲେ ଠିକା ସଂସ୍ଥା ରାସ୍ତା କାମ କରିବା ପରିବର୍ତ୍ତେ ରାସ୍ତାକୁ ତାଡି ଛାଡି ଦେଇଥିଲା ।

ଏସମ୍ପର୍କରେ ଲୋକେ ବାରମ୍ବାର ଅଭିଯୋଗ କରିବା ପରେ ବି କିଛି ସୁଫଳ ମିଳିନଥିଲା । ଶେଷରେ ଏନେଇ ଇଟିଭି ଭାରତରେ ଖବର ପ୍ରସାରଣ ହେବା ପରେ ଚେତିଛି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ । ଫଳରେ ଏବେ ରାସ୍ତା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଗ୍ରାମବାସୀ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର, ଖବର ପ୍ରସାରଣ ପରେ ସ୍ତାନିଆ ଲୋକଙ୍କ ମୁଁହରେ ହସ। ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଏବେ ଦୂର ହୋଇଯାଇଛି। ସମସ୍ୟା ଦୁରହେବା ପରେ ଅଜସ୍ର ଧନ୍ୟବାଦ ରେ ଇଟିଭି ଭାରତ କୁ ପୋତି ପକାଇଛନ୍ତି ସ୍ତାନିଆ ଅଞ୍ଚଳ ବାସୀ।ଆମେ କହୁଛୁ ବାଲିକୁଦା ପୃତ୍ତ ବିଭାଗ ଅଧିନ ରେ ଥିବା ନାଉଗାଁ ଶିଖର ଘଟ ଠାରୁ NH55. କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା। 2016 ରୁ ଏହି 9 କିଲୋମିଟର900 ମିଟର ରାସ୍ତା କୁ 4 କୋଟି 39 ଲକ୍ଷ ଟଙ୍କାର ଟେଣ୍ଡର କରାଯାଇ ଏକ ଘରୋଇ ଠିକ ସଂସ୍ଥା କୁ ଦିଆଯାଇଥିଲା। କିନ୍ତୁ ଠିକାସଂସ୍ଥା ରାସ୍ତା କୁ ତାଡ଼ି ଦେଇ ଆଉ କାମ କରିନଥିଲା।ଯାହାକୁ ନେଇ ନାଉଗାଁ ବ୍ଲକ14 ଟି ପଂଚାୟତ ର ଲୋକ ଙ୍କ ଗମନାଗମନ ରେ ସମସ୍ୟା ସୃଷ୍ଟି ହେଉଥିଲା।ଏସମ୍ପର୍କରେ ପ୍ରଥମେ ଇଟିଭି ଭାରତ ରେ ଖବର ପ୍ରସାରଣ ହେବାପରେ ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ମାନେ ତତ୍ପରତା ଦେଖାଇଥିଲେ। ଏବେ ରାସ୍ତା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଛି ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସି ର ବାତାବରଣ ସୃଷ୍ଟି ହୋଇଛି।

Body:byt no1 ରମେଶ ମଲ୍ଲିକ।
byt 2 ପ୍ରଭାତ ନାଥ
byt 3ପ୍ରଫୁଲ ଦାସ
ସ୍ଥାନୀୟ ବାସିନ୍ଦା

Conclusion:rpt Susanta Kumar patra
jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.