ETV Bharat / state

ବଡ଼ଓଷାକୁ ନେଇ ଚଳଚଞ୍ଚଳ ଶୈବପୀଠ

ରାତି ପାହିଲେ ବଡ଼ଓଷା । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ । କୋଭିଡ କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ମନ୍ଦିରରେ ମହାଦେବଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଅଧିକ ପଢ଼ନ୍ତୁ

ବଡ଼ଓଷାକୁ ନେଇ ଚଳଚଞ୍ଚଳ ଶୈବପୀଠ
ବଡ଼ଓଷାକୁ ନେଇ ଚଳଚଞ୍ଚଳ ଶୈବପୀଠ
author img

By

Published : Nov 6, 2022, 10:57 PM IST

ଜଗତସିଂହପୁର: ବଡ଼ଓଷାକୁ ନେଇ ସମସ୍ତ ଶୈବପୀଠ ଆଜି ଚଳଚଞ୍ଚଳ ହୋଇ ଉଠିଛି । ଜଗତସିଂହପୁର ସହର ମଧ୍ୟରେ ଥିବା ପ୍ରାଚୀନ ଶୈବପୀଠ ମୁଚୁକୁନ୍ଦ ମହାଦେବଙ୍କ ମନ୍ଦିରରେ ଆଜି ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ସେହିପରି ପ୍ରସିଦ୍ଧ ବିଭୁତି କ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କ ପୀଠରେ ମଧ୍ୟ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରିଥିଲେ ।

ବଡ଼ଓଷାକୁ ନେଇ ଚଳଚଞ୍ଚଳ ଶୈବପୀଠ

କାର୍ତ୍ତିକ ପୂର୍ଣ୍ଣମୀ ପୂର୍ବ ଦିନରେ ବଡ଼ଓଷା ବ୍ରତ ପାଳନ ହୋଇଥାଏ । ଶ୍ରଦ୍ଧାଳୁ ଭକ୍ତମାନେ ଭକ୍ତି ଭାବରେ ଦିନସାରା ଉପବାସ ରଖିବା ପରେ ସନ୍ଧ୍ୟାରେ ବିଭିନ୍ନ ଶୈବପୀଠକୁ ଯାଇ ଭଗବାନ ଶିବଙ୍କ ଦର୍ଶନ କରିଥାନ୍ତି । ସନ୍ଧ୍ୟାରେ ଦର୍ଶନ ପରେ ଉପବାସ ଭଙ୍ଗ କରି ପ୍ରଭୁଙ୍କ ପ୍ରସାଦ ପାଇଲେ ଅନେକ ଜନ୍ମର ପୁଣ୍ୟ ଅର୍ଜନ ହୋଇଥାଏ ବୋଲି ବିଶ୍ଵାସ ରହିଛି । ତେବେ ଏନେଇ ଜଗତସିଂହପୁରର ସମସ୍ତ ଶୈବପୀଠ ଆଜି ଚଳଚଞ୍ଚଳ ହୋଇ ଉଠିଛି ।

ବିଭିନ୍ନ ଶୈବପୀଠରେ ଆଜି ଗଜ ଓ ତରଣ ଭୋଗ ଲାଗି କରାଯିବାର ବିଧି ରହିଛି । ଆଜି ସକାଳୁ ସକାଳୁ ଗଜ ଓ ତରଣ ଭୋଗ ଭକ୍ତମାନଙ୍କୁ ବିତରଣ କରାଯାଇଥିଲା । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଶୈବପୀଠରେ ପ୍ରବଳ ଭିଡ ଲାଗି ରହିଛି । କୋଭିଡ କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ମହାଦେବଙ୍କ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଦର୍ଶନର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.