ଜଗତସିଂହପୁର: ଜିଲ୍ଲାର ସଦର ବ୍ଲକ ସମ୍ମୁଖରେ ବିଜେଡି଼ ଓ କଂଗ୍ରେସ ମିଳିତ ଭାବେ ଧାରଣା ଦେଇଛନ୍ତି । ଓଡିସ ପଞ୍ଚାୟତରେ ଲୋକ ପ୍ରତିନିଧିକୁ ବ୍ଲକ ପ୍ରଶାସନ ସହଯୋଗ କରୁନଥିବା ଅଭିଯୋଗ କରି କଂଗ୍ରେସ ଓ ବିଜେଡି ଉଭୟ ଏକାଠି ହୋଇ ଧାରଣା ଦେଇଥିଲେ ।
ଓଡିସ ପଞ୍ଚାୟତରେ ପଞ୍ଚଦଶ ଅର୍ଥ କମିଶନ ଯୋଜନାରେ ଆସିଥିବା ଅର୍ଥକୁ ବ୍ଲକ ପ୍ରଶାସନ ଆକଳନ କରୁନଥିବା ଅଭିଯୋଗ ଉଭୟ କଂଗ୍ରେସ ଓ ବିଜେଡି ଧାରଣା ଦେଇଥିଲେ । ଖବର ପାଇ ଜଗତସିଂହପୁର ବ୍ଲକ ବିଡ଼ିଓ ସାଗର ନନ୍ଦ ଧାରଣା ସ୍ଥଳରେ ପହଞ୍ଚି ଉଭୟ କଂଗ୍ରେସ ଓ ବିଜେଡି ନେତାଙ୍କ ସହ ଆଲୋଚନା କରିବା ସହ ପଞ୍ଚାୟତରେ କିଭଳି ଉନ୍ନୟନମୂଳକ କାର୍ଯ୍ୟ କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ । ବିଡ଼ିଓଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ତେବେ ବ୍ଲକ ସମ୍ମୁଖରେ ବିଜେଡି ଓ କଂଗ୍ରେସ ମିଳିତ ଭାବେ ଧାରଣାରେ ବସିବାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ