ଜଗତସିଂହପୁର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ । ବନ୍ଦର ଅଧ୍ୟକ୍ଷ ଲିଙ୍କେସ ରାୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପୂର୍ବରୁ ଓଡିଶାର ନୌବାଣିଜ୍ୟ ପରମ୍ପରା ବେଶ ସମୃଦ୍ଧ ହୋଇଥିବାବେଳେ ସାତ ସାଧବଙ୍କ ସ୍ମୃତି ବହନ କରି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ବିରାଟ ଶୋଭାଯାତ୍ରା କରାଯାଇ ସାତ ସାଧବଙ୍କୁ ବନ୍ଦାପନା କରାଯାଇଥିଲା । ଏଥିସହ କାର୍ଯ୍ୟକ୍ରମରେ ଓଡିଶାର ସମୃଦ୍ଧ ପରମ୍ପରାକୁ ପାଳିବାକୁ ପହଞ୍ଚିଥିଲେ ଶହ ଶହ ଲୋକ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ