ETV Bharat / state

କଟକ-ପାରାଦ୍ୱୀପ ରାସ୍ତାରେ ଦୁର୍ଘଟଣା, ଯୁବକଙ୍କୁ ଚାପି ଦେଲା ଟ୍ରକ

author img

By

Published : Mar 8, 2023, 9:19 AM IST

କଟକ ପାରାଦ୍ବୀପ ରୋଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଜଣେ ଯୁବକଙ୍କୁ ଟ୍ରକ ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

accident in cuttack paradeep road
କଟକ - ପାରାଦ୍ୱୀପ ରାସ୍ତାରେ ଦୁର୍ଘଟଣା
କଟକ - ପାରାଦ୍ୱୀପ ରାସ୍ତାରେ ଦୁର୍ଘଟଣା

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା କଟକ-ପାରାଦ୍ବୀପ ଉପକଣ୍ଠ ଭୁତମୁଣ୍ଡାଇ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । କଟକ-ପାରାଦ୍ବୀପ ରାସ୍ତାକୁ ଅବରୋଧ କରିବା ସହ ବିକ୍ଷୋଭ କରିଥିଲେ ସ୍ଥାନୀୟ ଲୋକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା ମାତ୍ର ଉତ୍ୟକ୍ତ ଲୋକ ପୋଲିସ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ । ଏଥିରେ ଦୁଇଜଣ ପୋଲିସ ଅଧିକାରୀ ଆହତ ହୋଇଛନ୍ତି ।

ସୂଚନାଅନୁସାରେ, ପାରାଦ୍ବୀପରୁ କଟକ ଅଭିମୁଖେ ଏକ ଟ୍ରକ OD04 M 9724 ଆସୁଥିଲା । ଭୁତମୁଣ୍ଡେଇ ଅଞ୍ଚଳରେ ରଜ କିଶୋର ମଲ୍ଲିକ ନାମକ ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ରାଜ କିଶୋରଙ୍କ ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇବା ପରେ ସ୍ଥାନୀୟ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ରାଜ କିଶୋରଙ୍କ ମୃତଦେହକୁ ରାସ୍ତା ଉପରେ ରଖି କଟକ-ପାରାଦ୍ବୀପ ରାସ୍ତା ଅବରୋଧ କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଗ୍ରାମବାସୀମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ ଜନତାଙ୍କ ଅକ୍ରୋଶର ଶିକାର ହୋଇଥିଲା।

ଉତ୍ୟକ୍ତ ଲୋକେ ପୋଲିସକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଲକ ଥାନା ଡ୍ରାଇଭରଙ୍କ ସମେତ ଏସଆଇ ଜୀବନ ଲାକ୍ରା ଓ କନେଷ୍ଟବଳ ବୈରାଗୀ ଚରଣ ବାରିକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଅଠର ବାଙ୍କୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ପାରାଦ୍ବୀପ ଅତିରିକ୍ତ ଆରକ୍ଷୀ ଅଦିକ୍ଷକ ନିମାଇଁ ଚରଣ ସେଠୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକେ ରାସ୍ତା ଅବରୋଧ କରିଥିବାର ଖବର ମିଳିଛି ।

ଏହା ବି ପଢନ୍ତୁ...ଆଜି ହୋଲି, ଅଘଟଣ ରୋକିବାକୁ ଅଗ୍ନିଶମ ବିଭାଗର ପ୍ରସ୍ତୁତି

କଟକ-ପାରାଦ୍ବୀପ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଖବର ସମ୍ନାକୁ ଆସୁଛି । ଏହା ସତ୍ତ୍ବେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଦିନରାତି ଏହି ରାସ୍ତାରେ ଭାରିଯାନ ଅନବରତ ଯାତାୟତ କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ମୂଲ୍ୟବାନ ଜୀବନ ହାନି ହେଉଛି । ପ୍ରତ୍ୟେକ ଦିନ କେଉଁଠି ନାଁ କେଉଁଠି ଦୁର୍ଘଟଣା ଘଟି ଜୀବନ ହାନି ହେଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ସଚେତନ ହେଉନାହିଁ । ଫଳରେ ପ୍ରଶାସନ ଓ ପୋଲିସ ପ୍ରଶାସନ ବିଭିନ୍ନ ସମୟରେ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଯାହାକୁ ନେଇ ପ୍ରଶାସନର ଏ ଦିଗରେ ଦୃଷ୍ଟି ଦେବାର ଆବଶ୍ୟକା ରହିଛି । ଚଳିତଏହି ବର୍ଷ ଆରମ୍ଭରେ କଟକ-ପାରାଦ୍ବୀପ ରାସ୍ତାରେ ଦୁର୍ଘଟଣା ଘଟି 5ଜଣ ଲୋକଙ୍କ ପ୍ରାଣହାନି ଘଟି ସାରିଲାଣି ।

ଇଟିଭି ଭାରତ,ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.