ETV Bharat / state

ବେଆଇନ ବାଲି ଉଠାଣ କରି 5 ମାଫିଆ ଗିରଫ

ଜଗତସିଂହପୁର ଜିଲ୍ଲା ସଦର ତହସିଲ ଅଧିନ ଦେବୀ ନଦୀର ବଦର ଘାଟରୁ ବେଆଇନ ବାଲି ଉଠାଣ ହେଉଛି । ଖବର ପାଇ ପୋଲିସ ଚଢ଼ାଉ କରି 4 ଟ୍ରାକ୍ଟର ସମେତ 5 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

author img

By

Published : Nov 16, 2020, 3:37 PM IST

ବେଆଇନ ବାଲି ଉଠାଣ କରି 5 ବାଲି ମାଫିଆ ଗିରଫ
ବେଆଇନ ବାଲି ଉଠାଣ କରି 5 ବାଲି ମାଫିଆ ଗିରଫ

ଜଗତସିଂହପୁର: ବେଆଇନ ଭାବେ ଚାଲିଛି ବାଲି ଉଠାଣ । ଜଗତସିଂହପୁର ଜିଲ୍ଲା ସଦର ତହସିଲ ଅଧିନ ଦେବୀ ନଦୀର ବଦର ଘାଟରୁ ବେଆଇନ ବାଲି ଉଠାଣ ହେଉଛି । ଖବର ପାଇ ପୋଲିସ ଚଢ଼ାଉ କରି 4 ଟ୍ରାକ୍ଟର ସମେତ 5 ଜଣଙ୍କୁ ଗିରଫ କରିଛି ।

ବେଆଇନ ବାଲି ଉଠାଣ କରି 5 ବାଲି ମାଫିଆ ଗିରଫ

ସୂଚନା ଅନୁଯାୟୀ, ବାଲି ମାଫିଆମାନେ ତହସିଲ ଅଫିସର ଅସାଧୁ କର୍ମଚାରୀଙ୍କୁ ହାତ କରି ଟେଣ୍ଡର ହୋଇ ନଥିବ ବାଲି ଘାଟରୁ ବାଲି ଉଠାଣ କରି ବିକ୍ରି କରୁଛନ୍ତି । ଜିଲ୍ଲାର ତହସିଲ ଅଧିନ ଏରଡ଼ା, ବଦର, କୋରୁଅ ଆଦି କେତେକ ବାଲି ଘାଟ ଗୁଡିକର ଗତ ମାର୍ଚ୍ଚ ମାସ ଠାରୁ ନିଲାମ ଅବଧି ଶେଷ ହୋଇଛି ।

ଚଳିତ ବର୍ଷ କୋଭିଡ କଟକଣା ହେତୁ ଏହି ବାଲି ଘାଟ ଗୁଡିକ ଆଜି ପର୍ଯ୍ୟନ୍ତ ମଧ୍ୟ ନିଲାମ ହୋଇ ପାରିନାହିଁ । ଏହାର ସୁଯୋଗ ନେଇ ଆଳି ପିଙ୍ଗଳ ଅଞ୍ଚଳର ଜଣେ ବାଲି ମାଫିଆ ଏହି ବାଲିଘାଟଡ ଗୁଡ଼ିକରୁ ମନ ଇଚ୍ଛା ବାଲି ଉଠାଇ ନେଉଥିବା ଦୃଷ୍ଟିକୁ ଆସିଥିଲା । ଖବର ପାଇ ଜଗତସିଂହପୁର ଆଇଆଇସି ରଜନୀ କାନ୍ତ ମିଶ୍ର ବହୁ ପୋଲିସ କର୍ମୀଙ୍କୁ ନେଇ ଚଢ଼ାଉ କରି 4 ଟ୍ରାକ୍ଟର ସମେତ 5 ଜଣ ଙ୍କୁ ଗିରଫ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.