ETV Bharat / state

ହାଇୱା ଧକ୍କାରେ ଚାଲିଗଲା 2 ମାଛ ବ୍ୟବସାୟୀଙ୍କ ଜୀବନ

author img

By

Published : Dec 12, 2022, 10:08 AM IST

କଟକ-ପାରାଦ୍ୱୀପ ରାସ୍ତାରେ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ 2 ମାଛ ବ୍ୟବସାୟୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ମରଣ ଯନ୍ତା ପାଲଟିଛି କଟକ-ପାରାଦ୍ୱୀପ ରାସ୍ତା, ଅକାଳରେ ଚାଲିଯାଉଛି ଜୀବନ

ଜଗତସିଂହପୁର: ମରଣଯନ୍ତା ପାଲଟିଛି କଟକ-ପାରାଦ୍ବୀପ ରାଜ୍ୟ ରାଜପଥ । ପ୍ରତ୍ୟେକ ଦିନ ଏହି ରାସ୍ତାରେ ଘଟୁଛି ଅଘଟଣ । ଭାରିଯାନ ଓ ଦ୍ରୁତଗତି ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ସ୍ଥାନୀୟ ଲୋକେ କହୁଥିବା ବେଳେ ଏହି ରାସ୍ତାରେ ଚଳିତ ବର୍ଷ ସଡକ ଦୁର୍ଘଟଣାରେ ପ୍ରାୟ ୪୦ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ୧୦୦ରୁ ଅଧିକ ଲୋକ ହୋଇଛନ୍ତି ଆହତ । କଟକରୁ ପାରାଦ୍ୱୀପ ସଂଯୋଗ କରୁଥିବା ଏହି ରାସ୍ତା ମରଣର ଫାସ ବୋଲି କୁହାଯାଉଛି ।

ସେହିଭଳି ରବିବାର ଭୋରୁ ଏହି ରାସ୍ତାରେ ସଡକ ଦୁର୍ଘଟଣାରେ 2 ଜଣ ମାଛ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି । ଏକ ବାଲି ବୋଝେଇ ହାଇୱା ମାଛ ବୋଝେଇ ପିକଅପ ଭ୍ୟାନକୁ ଧକ୍କା ଦେବା ଫଳରେ ଗାଡି ଚାଳକ ଆକାଶ ବେହେରା (୨୨) ଓ ସୁରେଶ ମଲ୍ଲିକ (୨୮)ଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ଘର ବାଙ୍କୀ ଥାନା ଅନ୍ତର୍ଗତ ସିଙ୍ଗନାଥପୁର ଗାଁ ।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ପାରାଦ୍ବୀପରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ମୃତଙ୍କୁ ଉଦ୍ଧାର କରି ଜଗତସିଂହପୁର ପଠାଇଛନ୍ତି । ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ରାସ୍ତାରେ ହମ୍ସ ଓ ଟନିକ ପଏଣ୍ଟରେ ବେଗ ମାପ ଯନ୍ତ୍ର ଲଗାଇବାକୁ ହୋଇଛି ଦାବି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.