ETV Bharat / state

ନୂଆ ରେକର୍ଡ କଲେ ଶିଳ୍ପୀ ସତ୍ୟ, ତିଆରି କଲେ ୫ଇଞ୍ଚର ମା’-ଶିଶୁ କଳାକୃତି

ବିଶ୍ବସ୍ତନ୍ୟପାନ ସପ୍ତାହ ଅବସରରେ ସଚେତନତା ଲକ୍ଷ୍ୟ ନେଇ ନିଆରା ଉଦ୍ୟମ କରିଛନ୍ତି ଶିଳ୍ପୀ ସତ୍ୟ ମହାରଣା । ସେ ସାଵୁନରେ କଳାକୃତି କରି ସଚେତନତାର ବାର୍ତ୍ତା ଦେବା ଲାଗି ଉଦ୍ୟମ କରିଛନ୍ତି । ଏହି କଳାକୃତିର ଉଚ୍ଚତା ୫ଇଞ୍ଚ ହୋଇଥିବା ବେଳେ ଓସାର ରହିଛି ମାତ୍ର ୩.୭ ଇଞ୍ଚ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Aug 4, 2019, 6:00 AM IST

ବ୍ରହ୍ମପୁର: ଚାଲିଛି ବିଶ୍ବସ୍ତନ୍ୟପାନ ଦିବସ । ଏଥିପାଇଁ ବିଭିନ୍ନ ସ୍ଥାନରେ ଚିଲିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ, ସଚେତନତା । ଏହି ଅବସରରେ ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣାଙ୍କ ନିଆରା ଜନ ସଚେତନତା କାର୍ଯ୍ୟକ୍ରମ ଚର୍ଚ୍ଚାରେ । ପାଞ୍ଚ ଘଣ୍ଟାର ପରିଶ୍ରମ କରି ସତ୍ୟ ନିଜେ ସାବୁନରେ ମା ଓ ନବଜାତ ଶିଶୁର କଳାକୃତି ତିଆରି କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ସପ୍ତାହକୁ ବିଶ୍ବସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଉଥିବାରୁ ଚଳିତ ବର୍ଷ ଏହି ସପ୍ତାହ ଅବସରରେ ଶିଳ୍ପୀ ସତ୍ୟନାରାୟଣ ଏଭଳି ସାଵୁନରେ କଳାକୃତି କରି ସଚେତନତାର ବାର୍ତ୍ତା ଦେବା ଲାଗି ଉଦ୍ୟମ କରିଛନ୍ତି । ଏହି କଳାକୃତିର ଉଚ୍ଚତା ୫ଇଞ୍ଚ ହୋଇଥିବା ବେଳେ ଓସାର ରହିଛି ମାତ୍ର ୩.୭ ଇଞ୍ଚ । ଅତି ନିକ୍ଷୁଣ ଭାବେ ସେ ଏହାକୁ ପ୍ରସ୍ତୁତ କରିଛନ୍ତି । ଶିଶୁଙ୍କ ପାଇଁ ସ୍ତନ୍ୟପାନର ଆବଶ୍ୟକତା ଏବଂ ସେଥିନେଇ ଜନସଚେତନତା ସୃଷ୍ଟି ଦିଗରେ ଏଭଳି କଳାକୃତି ପ୍ରସ୍ତୁତି କରିଥିବା କହିଛନ୍ତି ସେ ।

ଗତ କିଛି ଦିନ ତଳେ ସତ୍ୟ ନିଜର କଳାକୃତି ରେ ବାହୁଡା ଯାତ୍ରା ସମୟରେ ୧.୫ ଇଞ୍ଚର ଉଚ୍ଚତା ବିଶିଷ୍ଟ ରଥ ପ୍ରସ୍ତୁତି କରି ବିଶ୍ବରେକର୍ଡ କରି ସେ ଚର୍ଚ୍ଚାକୁ ଆସିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣାଙ୍କ ନିଆରା ଜନ ସଚେତନତା।ଦୀର୍ଘ ପାଞ୍ଚ ଘଣ୍ଟାର ପରିଶ୍ରମ କରି ସତ୍ୟ ନିଜର ହାତରେ
ସାବୁନରେ ମା ଓ ନବଜାତ ଶିଶୁର କଳାକୃତି ତିଆରି କରିଛନ୍ତି ।ପ୍ରତେକ ବର୍ଷ ଅଗଷ୍ଟ ମାସର ପ୍ରଥମ ସପ୍ତାହକୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଉଥିବାରୁ ଚଳିତ ବର୍ଷ ଏହି ସପ୍ତାହ ଅବସରରେ ଶିଳ୍ପୀ ସତ୍ୟନାରାୟଣ ଏଭଳି ସାଵୁନ ମାଧ୍ୟମରେ କଳାକୃତି କରି ସଚେତନତାର ବାର୍ତ୍ତା ଦେବା ଲାଗି ଉଦ୍ୟମ କରିଛନ୍ତି ।ମୁଖ୍ୟତ ଏହାର ଉଚ୍ଚତା ୫ଇଞ୍ଚ ହୋଇଥିବା ବେଳେ ଓସାର ରହିଛି ମାତ୍ର ୩.୭ ଇଞ୍ଚ ।
ଛୋଟ ଓ ଅତି ନିକ୍ଷୁଣ ଭାବେ ତିଆରି କରିଛନ୍ତି । ମୁଖ୍ୟତଃ ନିଆରା ଢଙ୍ଗରେ ଜନସଚେତନତା ଉଦ୍ଦେଶ୍ୟରେ ଏକ କଳାକୃତି ପ୍ରସ୍ତୁତି ହୋଇଥିବା ଦେଖିବାକୁ ମିଳିଛି । ଶିଶୁ ପାଇଁ ସ୍ତନ୍ୟପାନର ଆବଶ୍ୟକତା ଏବଂ ସେଥିନେଇ ଜନସଚେତନତା ସୃଷ୍ଟି ଦିଗରେ ଏଭଳି କଳାକୃତି ପ୍ରସ୍ତୁତି କରିଥିବା କହିଛନ୍ତି ସେ ।ଗତ କିଛି ଦିନ ତଳେ ସତ୍ୟ ନିଜର କଳାକୃତି ରେ ବାହୁଡା ଯାତ୍ରା ସମୟରେ ୧.୫ ଇଞ୍ଚର ଉଚ୍ଚତା ବିଶିଷ୍ଟ ରଥ ପ୍ରସ୍ତୁତି କରି ବିଶ୍ବରେକର୍ଡ କରି ସେ ଚର୍ଚ୍ଚାକୁ ଆସିଥିଲେ ।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ଯ ଇଟିଭି ଭାରତConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.