ETV Bharat / state

ସ୍ବାମୀଙ୍କ ଚିକିତ୍ସା ପାଇଁ ପତ୍ନୀଙ୍କ ଆର୍ଥିକ ସହାୟତା ନିବେଦନ - Wife pleads for financial support for treatment of her husband

କୋରୋନାରେ ସ୍ବାମୀ ଆକ୍ରାନ୍ତ । ସେପଟେ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି ପତ୍ନୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ବର ପଞ୍ଚାୟତର ଗଣିଆନାଳ ଛକରେ । ଅଧିକ ପଢନ୍ତୁ...

କୋରୋନାରେ ସ୍ବାମୀ ଆକ୍ରାନ୍ତ, ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପାଇଁ ପତ୍ନୀଙ୍କ ନିବେଦନ

author img

By

Published : Jun 13, 2021, 8:57 AM IST

ବ୍ରହ୍ମପୁର: କୋରୋନାରେ ସ୍ବାମୀ ଆକ୍ରାନ୍ତ । ସେପଟେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏନେଇ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି ପତ୍ନୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ବର ପଞ୍ଚାୟତର ଗଣିଆନାଳ ଛକରେ ।

କୋରୋନାରେ ସ୍ବାମୀ ଆକ୍ରାନ୍ତ, ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପାଇଁ ପତ୍ନୀଙ୍କ ନିବେଦନ

ସେହି ଗ୍ରାମର ୩୦ ବର୍ଷୀୟ ଟୁନା ସାହୁ ନାମକ ଜଣେ ଯୁବକ ଏକ ଛୋଟିଆ ଲସି ଦୋକାନ କରି ପରିବାର ପ୍ରତିପୋଷଣ କରି ଆସୁଥିବା ବେଳେ ସେ କିଛି ଦିନ ଧରି କୋରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ ବ୍ରହ୍ମପୁର ପରେ ଭୁବନେଶ୍ଵରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । କିନ୍ତୁ ବର୍ତ୍ତମାନ ଅବସ୍ଥା ସଂକଟାପନ୍ନ ହେବାରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏପଟେ ଟୁନାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ଦେଖାଯାଇଛି । ଚିକିତ୍ସାଧୀନ ଥିବା ଟୁନାଙ୍କ ପାଇଁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇସାରିଥିବା ବେଳେ ଚାଷ ଜମି ବନ୍ଧକ ରଖି ପ୍ରାପ୍ୟ ଟଙ୍କା ଏବଂ ବନ୍ଧୁବାନ୍ଧବ , ସାଙ୍ଗସାଥି ଓ ଶୁଭେଚ୍ଛୁଙ୍କ ସହାୟତା ଟଙ୍କା ମଧ୍ୟ ଶେଷ ହୋଇଗଲାଣି ବୋଲି ପରିବାର ଲୋକେ ଜଣାଇଛନ୍ତି । ଦୀର୍ଘ ପ୍ରାୟ ଦେଢମାସ ହେଲା ଚିକିତ୍ସାଧୀନ ଥିବା ଟୁନାଙ୍କ ଫୁସଫୁସ ସଂକ୍ରମଣ ହୋଇଥିବାରୁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ଭଗବାନଙ୍କ ଭରସାରେ ଦୁଇ ଛୁଆଙ୍କୁ ଧରି ଜୀବନ ବିତାଉଥିବା ଟୁନାଙ୍କ ସ୍ତ୍ରୀ ସଙ୍ଗୀତା ତାଙ୍କ ସ୍ବାମୀଙ୍କ ଆରୋଗ୍ୟ ପାଇଁ ଆକୁଳ ନିବେଦନ କରି ଆର୍ଥିକ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ।

ବର୍ତ୍ତମାନ ସାରା ଦେଶରେ ଏବେ କୋରୋନାକୁ ନେଇ ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣ ଗରୀବ , ଖଟିଖିଆ , ଦିନ ମଜୁରିଆ ବ୍ୟକ୍ତିବିଶେଷ ଚିନ୍ତାଗ୍ରସ୍ତ ଅବସ୍ଥାରେ ରହୁଛନ୍ତି । କୋଭିଡର ଦ୍ବିତୀୟ ଲହରରେ ଯୁବପିଢି ଅଧିକ ଆକ୍ରାନ୍ତ ହୋଇ ମୃତ୍ୟୁବରଣ ମଧ୍ୟ କରିସାରିଛନ୍ତି । ଗୋଟିଏ ପଟେ କୋରୋନା କଟକଣା ଯୋଗୁଁ ଲୋକେ ଜୀବିକା ହରାଇ ଦୁଃଖ କଷ୍ଟରେ ପରିବାର ଚଳାଉଥିବା ବେଳେ ଅନ୍ୟପଟେ ଏହି କୋରୋନାରେ ସଂକ୍ରମିତ ହୋଇ ଗରୀବ ତଥା ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ନିଜର ଚିକିତ୍ସା କରାଇ ନପାରି ଅକାଳରେ ପ୍ରାଣ ହରାଉଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.