ETV Bharat / state

ପଥରରେ ଛେଚି ମହିଳାଙ୍କୁ ହତ୍ୟା, ପରିଚୟ ଅସ୍ପଷ୍ଟ - ପଥରରେ ଛେଚି ମହିଳାଙ୍କୁ ହତ୍ୟା

ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡଘାଟି ନିକଟରୁ ଅଜଣା ଯୁବତୀର ମୃତଦେହ ଉଦ୍ଧାର । ମୃତକଙ୍କ ପରିଚୟ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ପଥରରେ ଛେଚି ମହିଳାଙ୍କୁ ହତ୍ୟା!, ପରିଚୟ ଅସ୍ପଷ୍ଟ

author img

By

Published : Mar 16, 2022, 2:06 PM IST

ବ୍ରହ୍ମପୁର: ଅଜଣା ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡଘାଟି ନିକଟରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀର ପରିଚୟ ଅସ୍ପଷ୍ଟ ଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି ।

ସୂଚନାଅନୁସାରେ, ଆଜି(ବୁଧବାର) ବଡଘାଟି ନିକଟରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ଖଲ୍ଲିକୋଟ ପୋଲିସ । ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ନେଇ ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି । ତେବେ ଏନେଇ ପୋଲିସ ପକ୍ଷରୁ ମୃତକଙ୍କ ଫଟୋ ଜାରି କରାଯିବା ସହ ପରିଚୟ ମିଳିଲେ ପୋଲିସ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.