ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ଭଡା ଘରକୁ ସ୍ଥାନାନ୍ତର କରିବା ନିଷ୍ପତ୍ତିକୁ ବିରୋଧ । ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ସହର ଉପକଣ୍ଠ କନିଷିର ଏକ ଭଡାଘରକୁ ସ୍ଥାନାନ୍ତର କରାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ନିଷ୍ପତ୍ତିକୁ ବିରୋଧ କରି ବ୍ରହ୍ମପୁରଠାରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଅଲ ଇଣ୍ଡିଆ ଡିଏସଓର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ରାଜ୍ୟ ସରକାର ପ୍ରଥମ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରିବାକୁ 4 ବର୍ଷ ବିତିଥିଲେ ବି କ୍ଲଷ୍ଟର ବିଶ୍ବବିଦ୍ୟାଳୟର ନିଜସ୍ବ ଭିତ୍ତିଭୂମି ସ୍ଥାପନ ହୋଇପାରିନାହିଁ । ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଶୈକ୍ଷିକ ପରିବେଶ ମଧ୍ୟରେ ରହିଥିବାବେଳେ ଏକ ନୂତନ ପରିବେଶ ମଧ୍ୟରେ କ୍ୟାମ୍ପସରେ ପାଠପଢା କରାଯାଇଥିବା ଯୋଜନାକୁ ଅଲ ଇଣ୍ଡିଆ ଡିଏସଓର କର୍ମକର୍ତ୍ତାମାନେ ନାପସନ୍ଦ କରିବା ସହ ସରକାର ଏହି ନିଷ୍ପତ୍ତିରୁ ଓହରିବାକୁ ଦାବି କରାଯାଇଛି ।
ଏପରିକି ସହରର ଏକ ଶୈଖିକ ପରିବେଶରୁ ଏହାକୁ ସ୍ଥାନାନ୍ତର କରାଯିବା ପାଇଁ କିଭଳି ଚିନ୍ତା କରାଗଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସରକାର ନିଜର ନିଷ୍ପତ୍ତି ନ ବଦଳାଇବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ