ଭଞ୍ଜନଗର : ଡାକ୍ତର ସୁମିତ ଏବଂ ତପସ୍ବିନୀଙ୍କ ଏକାଠି ରହିବା ଘଟଣା । ବହୁ ବାଦ ବିଦାଦ ପରେ ମଧ୍ଯ ବାହାରିପାରୁନି ସମାଧାନର ବାଟ । ଡାକ୍ତର ସୁମିତ ଏବଂ ତପସ୍ବିନୀଙ୍କୁ ଏକାଠି ରହିବାକୁ SDJM କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ଗତ କିଛି ଦିନ ଧରି ଆସିକା ଚିନିକଳ ଗେଷ୍ଟହାଉସରୁ ସ୍ବାମୀ ସୁମିତ ଫେରାର ହୋଇଯିବା ପରେ ଏକାକୀ ରହିଛନ୍ତି ତପସ୍ବିନୀ । ଆଜି (ବୁଧବାର) ତପସ୍ବିନୀଙ୍କୁ ମହିଳା ସମାଜସେବୀ ପ୍ରମିଳା ତ୍ରିପାଠୀ ଭେଟିବା ସହ ସୁମିତଙ୍କୁ ଫେରି ଆସିବା ପାଇଁ ନିବେଦନ କରିଛନ୍ତି ।
ଯଦି ତପସ୍ବିନୀ(ଡିମ୍ପଲ)ଙ୍କ କିଛି ବି ଅସୁବିଧା ହୁଏ । ତେବେ ସୁମିତ ଓ ତାଙ୍କ ପରିବାର ହିଁ ଦାୟୀ ରହିବେ ବୋଲି ପ୍ରମିଳା ତ୍ରିପାଠୀ ରୋକଠୋକ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଡାକ୍ତର ସୁମିତଙ୍କୁ ଡରାଇ ଧମକାଇ ତାଙ୍କ ପରିବାର ଲୋକେ ଜୋର ଜବରଦସ୍ତ ଅଲଗା କରି କେଉଁଠି ଲୁଚାଇ ରଖିଥିବା ଅଭିଯୋଗ କରିଛନ୍ତି ତପସ୍ବିନୀ l ଡାକ୍ତର ସୁମିତ କି ତାଙ୍କର କିଛିବି ଅସୁବିଧା ହୁଏ । ତେବେ ସୁମିତଙ୍କ ପରିବାର ଏଥିପାଇଁ ଦାୟୀ ରହିବେ ବୋଲି ସେ କହିଛନ୍ତି। ସୁମିତଙ୍କ ବାପା ରାଜ୍ୟର 3 ମନ୍ତ୍ରୀ ଓ ବଡ ବଡ଼ିଆଙ୍କୁ ଧରି ଘଟଣାଟିକୁ ଚାପିଦେବା କୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ତପସ୍ବିନୀ l
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ