ETV Bharat / state

ଅସୁସ୍ଥ ମହିଳାଙ୍କୁ ଅଧାବାଟରେ ଓହ୍ଲାଇଲା ବସ, ରାସ୍ତାରେ ଚାଲିଗଲା ଜୀବନ

author img

By

Published : Feb 3, 2023, 1:09 PM IST

ମାନବିକତା ଭୁଲି ଗଲେ ବସ କର୍ମଚାରୀ । ଜଣେ ଅସୁସ୍ଥ ବୃଦ୍ଧା ମହିଳାଙ୍କୁ ବସରୁ ଓହ୍ଲାଇ ଦେବାକୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

woman dies on way to home
ଅସୁସ୍ଥ ମହିଳାଙ୍କୁ ବସରୁ ଓହ୍ଲାଇ ହେଲେ, ରାସ୍ତାରେ ଚାଲିଗଲା ଜୀବନ
ଅସୁସ୍ଥ ମହିଳାଙ୍କୁ ବସରୁ ଓହ୍ଲାଇ ହେଲେ

ବ୍ରହ୍ମପୁର: ହଜିଗଲା ମାନବିକତା । ଜଣେ ଅସୁସ୍ଥ ବୃଦ୍ଧା ମହିଳାଙ୍କୁ ଅଧାବାଟରୁ ଓହ୍ଲାଇ ଦେଲେ ବସ କର୍ମଚାରୀ । ଫଳରେ ରାସ୍ତାରେ ହିଁ ବୃଦ୍ଧ ମହିଳାଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା 16 ନମ୍ବର ଜାତୀୟ ରାଜପଥରେ ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବସରେ ବୃଦ୍ଧା ମହିଳା ଜଣଙ୍କ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ମେଡିକାଲ ନେବା ବଦଳରେ ତାଙ୍କୁ ଓ ତାଙ୍କ ପୁଅକୁ ରାସ୍ତାରେ ଓହ୍ଲାଇ ଦେଇଥିଲେ ବସ କର୍ମଚାରୀ । ଏହାଫଳରେ କିଛି ସମୟ ପରେ ରାସ୍ତାରେ ହିଁ ଆଖି ବୁଜିଥିଲେ ବୃଦ୍ଧା ମହିଳା ଜଣଙ୍କ ।

ଗଞ୍ଜାମ ଜିଲ୍ଲା ପାଟପୁର ବ୍ଲକ ଗୌତମୀ ପଞ୍ଚାୟତ ପଦ୍ମତୋଳା ଗ୍ରାମର ସୁଜିତ ସ୍ବାଇଁ ତାଙ୍କ ଅସୁସ୍ଥ ମାଆ ରୁନୁ ସ୍ବାଇଁଙ୍କ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସ ହସ୍ପିଟାଲକୁ ନେଇଥିଲେ । ଏହାପରେ ସେ ତାଙ୍କ ଘରକୁ ଫେରୁଥିଲେ । ଏକ ଘରୋଇ ବସରରେ ଆସୁଥିବାବେଳେ ଅଧିକ ଅସୁସ୍ଥ ହୋଇପଡିଥିଲେ ରୁନୁ ସ୍ବାଇଁ । ମାଆଙ୍କ ଦେହ ଅଧିକ ଖରାପ ହେବାରୁ ନିକଟସ୍ଥ ମେଡିକାଲକୁ ନେବାକୁ ବସ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ ସୁଜିତ । ହେଲେ ବସ କର୍ମଚାରୀ ଜଣଙ୍କ କଥାକୁ ଗୁରୁତ୍ବ ଦେଇନଥିଲେ । ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କୁ ରାସ୍ତାରେ ଓହ୍ଲାଇ ଦେଇଥିଲେ । ଜାତୀୟ ରାଜପଥର ଗଞ୍ଜାମ ସହର ଶନି ମନ୍ଦିର ଛକଠାରେ ଓହ୍ଲାଇ ବସଟି ଚାଲିଯାଇଥିଲା । ଉଭୟଙ୍କୁ ବସ କର୍ମଚାରୀ ଓହ୍ଲାଇବାର କିଛି ସମୟ ପରେ ବୃଦ୍ଧ ମହିଳାଙ୍କ ମୃତ୍ୟୁ ଘଟିଥିଲା ।

ଏହା ବି ପଢନ୍ତୁ....Naba Das Death Case: କ୍ରାଇମବ୍ରାଞ୍ଚଙ୍କୁ ମିଳିଲା ନବ ଦାସଙ୍କ ଜୀବନ ନେଇଥିବା ଗୁଳି

ଖବରପ୍ରଚାର ହେବା ମାତ୍ରେ ଲୋକଙ୍କ ଭିଡ଼ ଜମିଥିଲା । ମାଆ ମୃତଦେହ ପାଖରେ ବସି କାନ୍ଦୁଥିଲେ ପୁଅ ସୁଜିତ । ପରେ ପୋଲିସ ପାଟ୍ରୋଲିଂ ଟିମ ଗାଡି ପହଞ୍ଚିଥିଲା । ସେଠାରେ ଥିବା ସମାଜସେବୀ ସନ୍ତୋଷ ଗୌଡ଼,ବିଜେଡି ଯୁବନେତା ସୁଧୀର ପାଢ଼ୀ, ଅଷ୍ଟମ ବାଟାଲିୟନର ସିପାହୀ ରାଜେନ୍ଦ୍ର ନାୟକ ଆର୍ଥିକ ସହାୟତା ଯୋଗାଇ ଏକ ଆମ୍ବୁଲାନ୍ସ କରି ତାଙ୍କ ଗ୍ରାମକୁ ପଠାଇଥିଲେ । ଅନ୍ୟପଟେ ବସ କର୍ମଚାରୀଙ୍କ ଏହିଭଳି ଅମାନବିକତା କାର୍ଯ୍ୟକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.