ETV Bharat / state

ଗେଷ୍ଟ ହାଉସରେ ଚାଲିଥିଲା ସେକ୍ସ ରାକେଟ, 10 ଗିରଫ

ବ୍ରହ୍ମପୁର ସହରର ପ୍ରମୁଖ ସ୍ଥାନ କୁହାଯାଉଥିବା ଟାଟା ବେଞ୍ଜ ଛକ ନିକଟରେ ରହିଥିବା ଏକ ହୋଟେଲରେ ସେକ୍ସ ରାକେଟ ଉପରେ ଚଢାଉ କରିଛି ପୋଲିସ । ଅଧିକ ପଢନ୍ତୁ

author img

By

Published : Nov 1, 2022, 12:32 PM IST

Sex racket busted in Berhampur
ଗେଷ୍ଟ ହାଉସରେ ଚାଲିଥିଲା ସେକ୍ସ ରାକେଟ

ବ୍ରହ୍ମପୁର: ରାତି ବଢିଲେ ଗେଷ୍ଟ ହାଉସରେ ଜମୁଥିଲା ରଙ୍ଗୀନ ଆସର । ଖବର ପାଇ ଅଚାନକ ଚଢାଉ କଲା ପୋଲିସ । ରାକେଟ ଚଲାଉଥିବା 10 ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫଙ୍କ ମଧ୍ୟରେ 3 ଯୁବତୀ ଅଛନ୍ତି । ସେକ୍ସ ରାକେଟ ଉପରେ ଚଢାଉ କରି 10 ଜଣଙ୍କୁ ଉଠାଉ ନେଇଛି ପୋଲିସ । ବ୍ରହ୍ମପୁର ସହରର ପ୍ରମୁଖ ସ୍ଥାନ କୁହାଯାଉଥିବା ଟାଟା ବେଞ୍ଜ ଛକ ନିକଟରେ ରହିଥିବା ଏକ ହୋଟେଲ ପରିସରରେ ଚାଲିଥିଲା ସେକ୍ସ ରେକର୍ଡ । ଯାହାର ଖବର ପାଇ ନିଜେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ହୋଇଥିଲା ଚଢାଉ ।

ଗେଷ୍ଟ ହାଉସରେ ଚାଲିଥିଲା ସେକ୍ସ ରାକେଟ, 10 ଗିରଫ

ଏହା ବି ପଢନ୍ତୁ...ଜେଲ ଭିତରେ ନିଶା କାରବାର: କଏଦୀଙ୍କୁ ଗୁଟ୍‌ଖା ଯୋଗାଇ ମହିଳା ୱାର୍ଡର ନିଲମ୍ବିତ

ଯେଉଁଥିରେ ପୋଲିସ ତିନି ଜଣ ଯୁବତୀଙ୍କ ସମେତ ୧୦ ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଗତ କିଛି ମାସ ଧରି ବ୍ରହ୍ମପୁର ସହରର ଟାଟା ବେଞ୍ଜ ଛକ ନିକଟରେ ଏପରି କାର୍ଯ୍ୟ ଚାଲୁଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ରାକେଟର ପର୍ଦ୍ଦାଫାସ କରିବାକୁ ଯୋଜନା କରୁଥିଲା ପୋଲିସ ।ବ୍ରହ୍ମପୁର ଏସ୍.ପି ସରବଣା ବିବେକ୍ ଏମଙ୍କ ଉପସ୍ଥିତିରେ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ପୋଲିସ ରାତ୍ରି ସମୟରେ ଏହି ଚଢାଉ କରି ହୋଟେଲର ବିଭିନ୍ନ ରୁମରେ ରହିଥିବା ୧୦ ଜଣ ଗ୍ରାହକଙ୍କ ସମେତ ତିନି ଜଣ ଯୁବତୀଙ୍କୁ ଧରିବାରେ ସକ୍ଷମ ହୋଇଛି ।

କିଭଳି ଆଉ କିଏ ଏଭଳି କାର୍ଯ୍ୟ କରି ଆସୁଥିଲେ ସେ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ରାକେଟରେ ଆଉ କାହାର ସଂପୃକ୍ତି ଅଛି ତାର ଖୋଳତାଟ କରୁଛି ପୋଲିସ । ଘଟଣାରେ ଆଜି ଅଟକ ଯୁବକ ଯୁବତୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.