ETV Bharat / state

ଶଶିଭୂଷଣ ରଥଙ୍କ ଜୟନ୍ତୀ ପାଳିତ, ନିର୍ଭୀକ ସାମ୍ୱାଦିକତା ପାଇଁ ସମ୍ୱର୍ଦ୍ଧିତ ହେଲେ ସାମ୍ବାଦିକ - ଶଶିଭୂଷଣ ରଥଙ୍କ ଜନ୍ମ ଜୟନ୍ତୀ

Sashibhusan Rath's Birth Anniversary: ସ୍ୱର୍ଗତ ଶଶିଭୂଷଣ ରଥଙ୍କ ୧୪୦ତମ ଜୟନ୍ତୀ ପାଳିତ । ନିର୍ଭୀକ ସାମ୍ୱାଦିକତା କ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ୱର୍ଦ୍ଧିତ କରାଗଲା । ଅଧିକ ପଢନ୍ତୁ

ଶଶିଭୂଷଣ ରଥଙ୍କ ୧୪୦ ତମ ଜୟନ୍ତୀ
ଶଶିଭୂଷଣ ରଥଙ୍କ ୧୪୦ ତମ ଜୟନ୍ତୀ
author img

By ETV Bharat Odisha Team

Published : Jan 2, 2024, 10:32 AM IST

ଶଶିଭୂଷଣ ରଥଙ୍କ ୧୪୦ ତମ ଜୟନ୍ତୀ

ବ୍ରହ୍ମପୁର: ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେଉ ବା ଇଂରେଜ ସରକାରଙ୍କ ବିରୁଦ୍ଧରେ ଦେଶକୁ ସ୍ୱାଧିନ କରିବା ପାଇଁ ସଂଗ୍ରାମ, ଏହି ସମସ୍ତ କ୍ଷେତ୍ରରେ ସ୍ୱର୍ଗତ ଶଶିଭୂଷଣ ରଥଙ୍କ ଭୂମିକା ରହିଥିଲା ଗୁରୁତ୍ୱପୂର୍ଣ୍ଣ । ଏପରିକି ଗଞ୍ଜାମ ଜିଲ୍ଲାକୁ ଓଡ଼ିଶାର ଅଂଶବିଶେଷ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସ୍ୱର୍ଗତ ଶଶିଭୂଷଣ ରଥ ଅନ୍ୟତମ ଥିଲେ । ତାଙ୍କର ୧୪୦ତମ ଜୟନ୍ତୀ ଅବସରରେ ଗତକାଲି(ସୋମବାର) ଶଶିଭୂଷଣ ରଥ ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିର୍ଭୀକ ସାମ୍ୱାଦିକତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଇଟିଭି ଭାରତର ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟଙ୍କ ସମେତ ଆଉ କିଛି ସାମ୍ବାଦିକଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ - ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୦ ତମ ଜନ୍ମ ଜୟନ୍ତୀ, ଯୋଗଦେଲେ ରାଜ୍ୟପାଳ

ଗଞ୍ଜାମ ଜିଲ୍ଲାର ସୋରଡା ଅଞ୍ଚଳରେ ୧୮୮୫ ମସିହା ଜାନୁୟାରୀ ପହିଲାରେ ଜନ୍ମଗ୍ରହଣ କରିଥିଲେ ସ୍ୱର୍ଗତ ଶଶିଭୂଷଣ ରଥ । ତାଙ୍କର କାର୍ଯ୍ୟ ବିଷୟରେ ଇତିହାସ ପୃଷ୍ଠାରେ ଅନେକ ବର୍ଣ୍ଣିତ ରହିଛି । ସେ ଓଡିଆଙ୍କ ମଧ୍ୟରେ ଭାଷା ପ୍ରୀତି ଜାଗ୍ରତ କରିବା ଠାରୁ ଆରମ୍ଭ କରି ଓଡିଆ ସାମ୍ୱାଦିକତା କ୍ଷେତ୍ରରେ ତାଙ୍କର ନିର୍ଭୀକ ଲେଖନୀ ଏବଂ ଏଥିସହ ଓଡିଆଙ୍କ ମଧ୍ୟରେ ଭାଷା ପ୍ରୀତି ଜାଗ୍ରତ ପାଇଁ ଆଶା ପତ୍ରିକାର ପରିଚାଳନା କରିଥିଲେ ଶଶିଭୂଷଣ ରଥ ।

ଏହା ମଧ୍ୟ ପଢନ୍ତୁ - କଥାଶିଳ୍ପୀ ମହାପାତ୍ର ନୀଳମଣି ସାହୁଙ୍କ ୯୯ତମ ଜୟନ୍ତୀ, ଧୁମଧାମରେ ପାଳିଲା ଜନ୍ମମାଟି

ଏହା ମଧ୍ୟ ପଢନ୍ତୁ - ପ୍ରଥମ ଓଡିଆ ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ୯୭ତମ ଜନ୍ମ ଜୟନ୍ତୀ

ଶଶିଭୂଷଣ ରଥଙ୍କ ୧୪୦ତମ ଜୟନ୍ତୀ ସମାରୋହରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ରହି କିଭଳି ଓଡିଆମାନେ ନିର୍ଯ୍ୟାତିତ ହେଉଥିଲେ ସେନେଇ ଏଥିରେ ଆଲୋଚନା ହୋଇଥିଲା । ବ୍ରହ୍ମପୁର ସହରରେ ଆୟୋଜିତ କାର୍ଯ୍ୟକ୍ରମରେ ଜୟନ୍ତୀ ମଞ୍ଚର ପ୍ରତିଷ୍ଠାତା ସଭାପତି ତ୍ରିନାଥ ମହାରଣା ସଭାପତିତ୍ବ କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ଶତପଥୀ , ବ୍ରହ୍ମପୁର ଏମ୍.କେ.ସି.ଜିର ବରିଷ୍ଠ ଚକ୍ଷୁ ରୋଗ ବିଭାଗର ଚିକିତ୍ସକ ପ୍ରଫେସର ଡ. ରାଜେନ୍ଦ୍ର କୁମାର ବେହେରା, ଅଧ୍ୟାପକ ଡ.ଦେବରାଜ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଏଥିସହ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ମହାବିଦ୍ୟାଳୟର ବିଦ୍ୟାର୍ଥୀମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ସାମ୍ୱାଦିକତା କ୍ଷେତ୍ରରେ କାର୍ଯ୍ୟ କରୁଥିବା କିଛି ସାମ୍ବାଦିକମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.