ETV Bharat / state

ଗଞ୍ଜାମରେ ଆସନ୍ତା ଡିସେମ୍ବର 15ରୁ ହେବ ଧାନ ସଂଗ୍ରହ

author img

By

Published : Nov 13, 2020, 10:13 AM IST

ଗଞ୍ଜାମ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆସନ୍ତା ଡିସେମ୍ବର ୧୫ ତାରିଖ ଠାରୁ ଆରମ୍ଭ କରାଯିବ । ଏନେଇ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ଧାନ ସଂଗ୍ରହ କମିଟି ବୈଠକ, ପ୍ରତି ବ୍ଲକରେ ଖୋଲାଯିବ ଅଭିଯୋଗ ପ୍ରକୋଷ୍ଠ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆସନ୍ତା ଡିସେମ୍ବର ୧୫ ତାରିଖ ଠାରୁ ଆରମ୍ଭ କରାଯିବ । ସେଥିନେଇ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର , ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ , ବିଧାୟିକା ଅଂଶଗ୍ରହଣ କରି ଧାନ ସଂଗ୍ରହ ପ୍ରକ୍ରିୟାକୁ କିଭଳି ସରଳୀକରଣ ହୋଇପାରିବ ଏବଂ ବିଗତ ବର୍ଷ ମାନଙ୍କରେ ଯାହା ସବୁ ସମସ୍ୟା ଦେଖା ଯାଇଥିଲା ସେହି ସବୁ ବିଷୟ ନେଇ ନିଜ ନିଜର ମତାମତ ଉପସ୍ଥାପନ କରିଛନ୍ତି ।

ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ କହିଥିଲେ ଚଳିତ ବର୍ଷ ସେହି ଲକ୍ଷ୍ୟଧାର୍ଯ୍ୟ ଠାରୁ ସାମାନ୍ୟ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି । ବିଗତ ବର୍ଷ ପାଖାପାଖି ଶତକଡା ୮୮ ପ୍ରତିଶତ ଧାନ ସଂଗ୍ରହ କରାଯାଇଥିଲା । ଯାହାକି ସମୁଦାୟ ୩୭୪୨୨୩୧.୨୦ କୁଇଣ୍ଟାଲ ହୋଇଥିଲା । ଚଳିତ ବର୍ଷ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଛି ସେହି ଲକ୍ଷ୍ୟ ପୂରଣ ଦିଗରେ ଚେଷ୍ଟା ରହିବ । ଧାନ ସଂଗ୍ରହ ପ୍ରକ୍ରିୟା ବେଳେ ଚାଷୀଙ୍କର ଯଦି କିଛି ଅସୁବିଧା ଉପୁଜେ ତେବେ ବ୍ଲକ ସ୍ତରରେ ଗୋଟିଏ ଗୋଟିଏ ଅଭିଯୋଗ ପ୍ରକୋଷ୍ଠ ଖୋଲାଯିବ । ଅତିରିକ୍ତ ତହସିଲଦାର, ବ୍ଲକ ଯୋଗାଣ ଅଧିକାରୀ ଏବଂ ସମବାୟ ବିଭାଗର ଏଆରସିଏସ ସ୍ତରୀୟ ଅଧିକାରୀଙ୍କୁ ନେଇ ଖୋଲାଯାଇଥିବା ଏହି ଅଭିଯୋଗ ପ୍ରକୋଷ୍ଠରେ ଚାଷୀମାନେ ସେମାନଙ୍କର ଆପତ୍ତି ଅଭିଯୋଗ ଜଣାଇବେ । ଏହାଦ୍ବାରା ସେଗୁଡିକ ଜିଲ୍ଲା ପ୍ରଶାସନର ନଜରକୁ ଆସିବ ଏବଂ ସେହି ସମସ୍ୟା ଗୁଡିକ ସମାଧାନ ହେବ । ତତ୍ ସହିତ ସେହି କମିଟି ଦ୍ବାରା ଦୈନିକ ରିପୋର୍ଟ ମଧ୍ୟ ହାସଲ ହେବ ଏବଂ ଧାନ ସଂଗ୍ରହ ପ୍ରକ୍ରିୟାରେ ସ୍ବଚ୍ଛତା ବଜାୟ ରହିବ ।

ଚଳିତ ବର୍ଷ ଭଲ ବର୍ଷା ହୋଇଛି, ଅନେକ ଚାଷୀଙ୍କ ସହିତ ଆଲୋଚନା ହୋଇଛି । ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ଚାଷୀ, ଜିଲ୍ଲାରେ ଆଖିଦୃଷ୍ଟିଆ ଶିଳ୍ପ ନଥିବା ହେତୁ ଧାନ ଚାଷ କରି ଚାଷୀମାନେ ନିଜର ଜୀବିକା ନିର୍ବାହ କରନ୍ତି । ପ୍ରତି ସୋସାଇଟିମାନେ ଧାନ ସଂଗ୍ରହ କରିବା ପାଇଁ ଯଥେଷ୍ଟ ସ୍ଥାନ ପ୍ରସ୍ତୁତ କରି ରଖନ୍ତୁ । ଚାଷୀମାନେ ଯେପରି ସିଧାସଳଖ ମିଲରଙ୍କୁ ନଦେଇ ସୋସାଇଟିକୁ ଧାନ ଦେବେ ତାର ବ୍ୟବସ୍ଥା କରିବାକୁ ଜଣାଇବା ସହିତ ଚାଷୀ ଯେପରି ଧାନର ଠିକ୍ ଓଜନ ଦର ପାଇବେ ତାହା ସୁନିଶ୍ଚିତ କରିବାକୁ ବାଚସ୍ପତି କହିଛନ୍ତି । ସେହିପରି ଚାଷୀମାନେ ଯେପରି ସେମାନଙ୍କ ଉପଯୁକ୍ତ ପ୍ରାପ୍ୟ ଚବିଶ ଘଣ୍ଟାରୁ ୪୮ଘଣ୍ଟା ମଧ୍ୟରେ ପାଇବେ ଏବଂ ଧାନ ସଂଗ୍ରହ ପ୍ରକ୍ରିୟା ବେଳେ କୋଭିଡ ନିୟମ ଯେପରି କଡାକଡି ପାଳନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବିକ୍ରମ କେଶରୀ ଆରୁଖ ସ୍ପଷ୍ଟ କରିଛନ୍ତି ।

ଚଳିତ ବର୍ଷ ୨୦,୫୬୭ ଜଣ ନୂତନ ଚାଷୀ ନାମ ପଞ୍ଜିକରଣ କରିଥିବା ବେଳେ ୧,୧୯,୦୮୧ ଜଣ ଚାଷୀ ନବୀକରଣ କରିଛନ୍ତି । ଯାହାକି ସମୁଦାୟ ୧,୩୯,୬୪୯ ଜଣ ଚାଷୀ ଧାନ ବିକ୍ରୟ ନିମନ୍ତେ ଜିଲ୍ଲାରେ ପଞ୍ଜିକରଣ କରିଛନ୍ତି । ଏଥିସହିତ ୪,୨୪୫ଜଣ ଭାଗଚାଷୀ ମଧ୍ୟ ପଞ୍ଜିକରଣ ହୋଇଥିବା ଜଣାପଡିଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.