ETV Bharat / state

RAPE CASE: ସୁରତରେ ଓଡ଼ିଆ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ପ୍ରବାସୀ ଓଡ଼ିଆଙ୍କ ରାସ୍ତାରୋକ

author img

By

Published : Dec 9, 2022, 5:11 PM IST

Updated : Dec 9, 2022, 9:30 PM IST

ସୁରତରେ ଓଡ଼ିଆ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ (Ganjam girl killed after rape in Surat) । ଅଭିଯୁକ୍ତ ଜଣକ ପଡୋଶୀ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

RAPE CASE: ସୁରତରେ ଓଡ଼ିଆ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ପ୍ରବାସୀ ଓଡ଼ିଆଙ୍କ ରାସ୍ତାରୋକ
RAPE CASE: ସୁରତରେ ଓଡ଼ିଆ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ପ୍ରବାସୀ ଓଡ଼ିଆଙ୍କ ରାସ୍ତାରୋକ

ଭୁବନେଶ୍ବର: ଗୁଜୁରାଟର ସୁରତରେ ଓଡ଼ିଆ ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ଅଭିଯୋଗ (Ganjam girl killed after rape in Surat) । ଏକ ବନ୍ଦ କୋଠରୀରୁ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ନାବାଳିକାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଅଭିଯୁକ୍ତ ପାଖ ପଡୋଶୀ ବୋଲି ଜଣାପଡ଼ିଥିବା ବେଳେ ପ୍ରବାସୀ ଓଡ଼ିଆମାନେ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ରାସ୍ତାରୋକ କରିଛନ୍ତି (Odia diasporas protest in Surat) । ପୀଡ଼ିତା ଜଣକ ଗଞ୍ଜାମ ଅଞ୍ଚଳର ବୋଲି ସୂଚନା ମିଳିଛି । ପୀଡ଼ିତା ଜଣକ ଗଞ୍ଜାମ ଅଞ୍ଚଳର ବୋଲି ସୂଚନା ମିଳିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି ।

ଘଟଣାରେ ପୋଲିସ ଅଭିଯୁକ୍ତକୁ ଅଟକ ରଖିଛି । ଅଭିଯୁକ୍ତ ଜଣଙ୍କ ପଡୋଶୀ ମୁକେଶ ପ୍ରଜାପତି ବୋଲି ଜଣାପଡିଛି । ମୁକେଶ ପ୍ରଜାପତି ଜଣେ ପେଶାଦାର ଅପରାଧୀ । ଗଞ୍ଜାମ ଜିଲ୍ଲାଜଗନ୍ନାଥ ପ୍ରସାଦ ବ୍ଲକ ଅଞ୍ଚଳର ଏକ ପରିବାର ସୁରତ କତାର ଗାଁ ତିରୁପତି ସୋସାଇଟିରେ ରହୁଥିଲେ । ବାପା ମା' ଓ ୪ ଝିଅଙ୍କୁ ନେଇ ପୁରା ପରିବାର । ସବୁଦିନ ପରି ସେଦିନ ବାପା କାରଖାନାକୁ କାମ କରିବାକୁ ଚାଲିଗଲେ । ଫେରିବା ପରେ ୭ବର୍ଷ ଝିଅକୁ ଖୋଜିଥିଲେ । ହେଲେ ତାର କୌଣସି ପତ୍ତା ମିଳିନଥିଲା । ଏନେଇ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ।

ଏହା ବି ପଢନ୍ତୁ- ଟଙ୍କା ନଦେବାରୁ ଛୁରାମାଡ: ବାପ ମୃତ, ପୁଅ ଆହତ

ପୋଲିସ ଝିଅର ଫଟୋକୁ ଧରି ଖୋଜାଖୋଜି କରିବା ପରେ କୌଣସି ଖୋଜ ଖବର ପାଇବାରେ ବିଫଳ ହୋଇଥିଲା । ପରେ ପୋଲିସ ତିରୁପତି ସୋସାଇଟିରେ ଥିବା ପ୍ରତିଟି ଘର ତଲାସି କରିଥିଲା । ଏକ ବନ୍ଦ କୋଠରୀରୁ ଅଖାବସ୍ତାରେ ଝିଅର ମୃତଦେହ ଜବତ ହୋଇଥିଲା । ପୋଲିସ ଫୋନକଲ୍‌ରୁ ଟ୍ରେସ କରି ଅଭିଯୁକ୍ତକୁ ଧରିଥିଲା । ଏହି ଘଟଣାକୁ ନେଇ ପ୍ରବାସୀ ଓଡିଆମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ରାସ୍ତାରୋକ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଅଭିଯୁକ୍ତକୁ ବିଭିନ୍ନ ସ୍ଥାନରୁ ଗାଡ଼ି ଚୋରାଇବା ଘଟଣାରେ ପୋଲିସ ୧୪ ଥର ଗିରଫ କରିଛି । ପୋଲିସ ଅଭିଯୁକ୍ତକୁ ସୁରତ ୱେଡରୋଡ ଅଞ୍ଚଳରୁ ଗିରଫ କରିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୋଲିସ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ମାମଲା ଶାନ୍ତ ପଡ଼ିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 9, 2022, 9:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.