ଭଞ୍ଜନଗର: ରାଗ ସାଜିଲା କାଳ । ଭାଇ-ଭାଇ ସମ୍ପର୍କରେ ଲଗାଇଲା ରକ୍ତର ଛିଟା । ସାମାନ୍ୟ ବଚସାକୁ ନେଇ ଦାଦା ପୁଅକୁ ହତ୍ୟା କଲା ବଡ ବାପା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବେତାରସିଂ ଗ୍ରାମରେ । ମୃତ ନାବାଳକ ହେଲେ 15 ବର୍ଷୀୟ ନିଲୁ ପାତ୍ର ।
ଭିଡିଓ ସୌଜନ୍ୟ :ପ୍ରତିନିଧି, ଭଞ୍ଜନଗର ସୂଚନାନୁଯାୟୀ, ବାପାଙ୍କ ମୃତ୍ୟୁ ପରେ ନିଲୁ ନିଜ ବଡ ବାପା ଘରେ ରହି ଘୁଷୁରୀ ଚରାଉଥିଲେ । ହେଲେ କୌଣସି କାରଣରୁ ଦୁଇ ଭାଇଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାଗରେ ବିନୋଦ ନିଲୁର ଗଳା କାଟି ହତ୍ୟା କରିଥିଲା । ଶନିବାର ସକାଳେ ନିଲୁର ମୃତଦେହ ଗ୍ରାମ ନିକଟ ମାଳୀଝୋଲା ମନ୍ଦିର ପଛପଟୁ ଉଦ୍ଧାର ହୋଇଛି । ପୋଲିସ ଅଭିଯୁକ୍ତ ବିନୋଦକୁ ତା' ନିଜ ଘରୁ ଗିରଫ କରି ତଦନ୍ତ କରୁଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ