ETV Bharat / state

ମରିଗଲାଣି ମାନବିକତା: ଚିକିତ୍ସା ନାଁରେ ଆଣି ମେଡିକାଲ ଛାଡି ଦେଲେ, ଆଶ୍ରୟସ୍ଥଳ ପାଲଟିଛି MKCG

author img

By ETV Bharat Odisha Team

Published : Sep 12, 2023, 9:25 PM IST

ମରିଗଲାଣି ମାନବିକତା । ଚିକିତ୍ସା ବାହାନାରେ ଆଣି ଏମାନଙ୍କୁ ଏମ୍.କେ.ସି.ଜି ମେଡିକାଲରେ ଛାଡି ଚାଲିଯାଇଛନ୍ତି ପରିବାର ବର୍ଗ । ଅଧିକ ପଢନ୍ତୁ

ଅସହାୟ ବୃଦ୍ଧବୃଦ୍ଧାଙ୍କ ଆଶ୍ରୟସ୍ଥଳ ପାଲଟିଛି ଏମକେସିଜି ମେଡିକାଲ

ବ୍ରହ୍ମପୁର: ଆଲୋଡା ହେଲା ବୃଦ୍ଧବୃଦ୍ଧା । ଚିକିତ୍ସା ବାହାନାରେ ମେଡିକାଲ ଆଣି ଛାଡି ଚାଲି ଯାଇଛନ୍ତି ପରିବାର ଲୋକେ । ମେଡିକାଲର ବେଡରେ ରୋଗୀ ଭଳି ଦିନ କାଟୁଛନ୍ତି ଅସହାୟ ବୃଦ୍ଧବୃଦ୍ଧା । ଏମିତି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରର ଏମ୍.କେ.ସି.ଜି ମେଡିକାଲରେ । ପ୍ରାୟ ୧୦ ରୁ ୧୨ ଜଣ ବୃଦ୍ଧବଦ୍ଧାଙ୍କ ବାସ ପାଲଟିଛି ଏମକେସିଜି ମେଡିକାଲ ।

ସ୍ବେଚ୍ଛାସେବୀ କହିଛନ୍ତି, ‘‘ଚିକିତ୍ସା ବାହାନାରେ ଆଣି ଏମାନଙ୍କୁ ଏମ୍.କେ.ସି.ଜି ମେଡିକାଲରେ ଛାଡି ଚାଲିଯାଇଛନ୍ତି ସେମାନଙ୍କ ପରିବାର ବର୍ଗ । କିଏ ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସିତ ହେଉଥିଲା ତ ଆଉ କିଏ ଭେଷଜ । ଅନ୍ୟାନ୍ୟ ଅନ୍ତଃବିଭାଗରେ ବହୁଦିନ ଧରି ଚିକିତ୍ସା ଶେଷ ପରେ ମଧ୍ଯ ପରିବାର ବର୍ଗ ସେମାନଙ୍କୁ ନେବା ପାଇଁ ଅସି ନଥିଲେ । ସେମାନଙ୍କ ଦେଖାଶୁଣା ପାଇଁ ମେଡିକାଲ କର୍ତ୍ତୁପକ୍ଷ ସ୍ବତନ୍ତ୍ର ଭାବରେ ଆମକୁ ନିୟୋଜିତ କରିଛନ୍ତି। ପରିବାର ସଦସ୍ୟଙ୍କ ପରି ଆମେ ତାଙ୍କର ଯତ୍ନ ନେଉଛୁ । ଏହାରି ଭିତରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଅସହାୟଙ୍କ ସେବା ଜାରି ରହିଛନ୍ତି ।’’

ଦିନ ଥିଲା ଏମାନେ ଜଣେ ଜଣେ ସମାଜରେ ଭଲ ନାଗରିକ ଭାବରେ ନିଜର ପରିବାର । ବନ୍ଧୁ ପରିଜନଙ୍କ ସହିତ ବେଶ ହସଖୁସିରେ ଜୀବନ ବିତାଉଥିଲେ । ହେଲେ ଆଜି ଏମାନଙ୍କ ପାଖରେ କିଏ ନାହିଁ କହିଲେ କିଛି ଅତ୍ଯୁକ୍ତି ହେବ ନାହିଁ । ପରିଣତ ବୟସରେ ଏକ ପ୍ରକାର ଅସହାୟ । କାହାର ପୁଅ, ବୋହୂ ଅଛନ୍ତି ତ ଆଉ କାହାର ଝିଅ, ଜ୍ବାଇଁ, ନାତି, ନାତୁଣୀ, ବନ୍ଧୁ ପରିଜନ ରହିଛନ୍ତି । ସେମାନଙ୍କ ଏହି ବୟସରେ ସ୍ନେହ, ଶ୍ରଦ୍ଧା, ସମ୍ମାନ ପାଇବା ପରିବର୍ତ୍ତେ ଏମାନଙ୍କୁ କରାଯାଇଛି ହତାଦର । ବିନା ସାହାରାରେ ଏମାନେ ଚାଲିବାକୁ ଅକ୍ଷମ । କେବଳ ଭାଗ୍ୟକୁ ଆଦରି ନିଜର ମନର କୋହକୁ ଚାପି ରଖି ମେଡିକାଲର ଶର୍ଯ୍ୟାରେ ଅବଶିଷ୍ଟ ଜୀବନ ବିତାଇବାକୁ ଚାଲିଛି ଏମାନଙ୍କ ସଂଙ୍ଘର୍ଷ ।

ଏହା ମଧ୍ୟ ପଢନ୍ତୁ...ଏମିତି ପୁଅଙ୍କୁ ଧିକ୍: ପରିଣତ ବୟସରେ ବାପାର ହାତ ଛାଡ଼ିଦେଲା, ଅସହାୟ ଅବସ୍ଥାରେ ବୃଦ୍ଧ ଉଦ୍ଧାର

ବୃଦ୍ଧବୃଦ୍ଧା କହିଛନ୍ତି, ‘‘ଆମର ସମସ୍ତେ ଅଛନ୍ତି । ଚିକିତ୍ସା ପାଇଁ କହି ଏଠି ଆଣି ଛାଡି ଦେଇ ଚାଲିଯାଇଛନ୍ତି । ଦେଖିବାକୁ ଅସିଲେ ସାଙ୍ଗରେ ନବାକୁ ପଡିବ ଭାବି, ନବାକୁ କି ଦେଖିବାକୁ ଆସୁ ନାହାନ୍ତି । ଝିଅପୁଅ ଥାଇ ମଧ୍ୟ ଏବେ ଆମେ ବାସହରା ହୋଇପଡି ରହିଛୁ ।’’

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.