ETV Bharat / state

ଗଞ୍ଜାମ ନୂଆସାହିରେ ଭୟାବହ ଅଗ୍ନିକାଣ୍ତ, ଜଳିଗଲା ଦୁଇଟି ଚାଳଘର

ଗଞ୍ଜାମ ଜିଲ୍ଲା ଜୟପୁର ଗାଁ ନୂଆସାହିରେ ଭୟାବହ ଅଗ୍ନିକାଣ୍ତ । ଏଥିରେ ଦୁଇଟି ଚାଳ ଘର ସମ୍ପୂର୍ଣ୍ଣ ଜଳିଯାଇଛି । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି l ଅଧିକ ପଢନ୍ତୁ...

author img

By

Published : Nov 11, 2021, 8:15 PM IST

ଗଞ୍ଜାମ ନୂଆସାହିରେ ଭୟାବହ ଅଗ୍ନିକାଣ୍ତ; ଜଳିଗଲା ଦୁଇଟି ଚାଳଘର

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଜୟପୁର ଗାଁ ନୂଆସାହିରେ ଭୟାବହ ଅଗ୍ନିକାଣ୍ତ । ଏଥିରେ ଦୁଇଟି ଚାଳ ଘର ସମ୍ପୂର୍ଣ୍ଣ ଜଳିଯାଇଛି। ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି l ସୂଚନା ଅନୁସାରେ, ନିଗମ ଭଞ୍ଜ ଓ ଭାସ୍କର ଭଞ୍ଜଙ୍କ ଘରେ ଆଜି(ଗୁରୁବାର) ସନ୍ଧ୍ୟା ସମୟରେ ଅଚାନକ ନିଆଁ ଲାଗିଯାଇଥିଲା । ଗାଁର ଯୁବକମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ।

ହେଲେ ନିଆଁକୁ ଆୟତ୍ତ କରିପାରି ନଥିଲେ । ଆସିକା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ କ୍ଷୟକ୍ଷତିର ଆକଳନ କରୁଛି ପ୍ରଶାସନ l ଅନ୍ୟପଟେ ଅଗ୍ନିକାଣ୍ଡରେ ସର୍ବସ୍ୱାନ୍ତ ହୋଇଥିବା ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.