ETV Bharat / state

ବିଜିପୁର ପୂଜା ମଣ୍ଡପରେ ଚାଲିଛି ମା’ଙ୍କ ମହାଷ୍ଟମୀ ପୂଜା - Mahasthami Puja at Bijipur Puja Mandap

ବ୍ରହ୍ମପୁର ସହରର ବିଜିପୁରରେ ଦୁର୍ଗତି ନାଶିନୀ ମା' ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଚାଲୁ ରହିଛି । ଦର୍ଶନ ପାଇଁ ବାରଣ ରହିଥିବାରୁ ଶ୍ରଦ୍ଧାଳୁମାନେ ବ୍ୟାରିକେଟ ମଧ୍ୟରେ ରହି ମା'ଙ୍କୁ ଦର୍ଶନ କରୁଛନ୍ତି । ଅଧିକ ପଢନ୍ତୁ...

Mahasthami Puja of maa durga occurs at Bijipur Puja Mandap
ବିଜିପୁର ପୁଜା ମଣ୍ଡପରେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା
author img

By

Published : Oct 23, 2020, 8:27 PM IST

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରର ବିଜିପୁରରେ ଚାଲିଛି ମା' ଦୁର୍ଗାଙ୍କ ମହାଷ୍ଟମୀ ପୂଜା । କୋରୋନା କଟକଣାକୁ ଦୃଷ୍ଟିରେ ରଖି ଏଠାରେ ମଧ୍ୟ ମା'ଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି । ତେବେ ବ୍ୟାରିକେଟ୍‌ ମଧ୍ୟରେ ମା'ଙ୍କ ଅପୂର୍ବ ବେଶକୁ ଦର୍ଶନ କରୁଥିବାର ସୂଚନା ମିଳିଛି ।

ବିଜିପୁର ପୁଜା ମଣ୍ଡପରେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା

ମାଆଙ୍କ ପୂଜାକୁ ନେଇ ଉତ୍ସବ ମୁଖର ହୋଇପଡିଛି ରେଶମ ସହର ବ୍ରହ୍ମପୁର । ପୂଜା ମଣ୍ଡପମାନଙ୍କରେ ଦର୍ଶନକୁ ବାରଣ କରିବା ସତ୍ତ୍ବେ ଶ୍ରଦ୍ଧାଳୁମାନଙ୍କ ମନରେ ପୂର୍ବପରି ପୂଜାକୁ ନେଇ ଉତ୍କଣ୍ଠା ଦେଖା ଦେଇଛି । ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଭର୍ଚ୍ଚୁଆଲ ମାଧ୍ୟମରେ ଶ୍ରଦ୍ଧାଳୁମାନେ ମା'ଙ୍କୁ ଅପୂର୍ବ ରୂପକୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଛନ୍ତି ।

ସହରର ବିଜିପୁର ଛକ ପୂଜା କମିଟି ପକ୍ଷରୁ ପରମ୍ପରା ଅନୁଯାୟୀ ମାଆଙ୍କ ପୂଜା ଜାରି ରହିଛି । ସୂର୍ଯ୍ୟ ପୂଜାଠାରୁ ଆରମ୍ଭ କରି ମଧ୍ୟରାତ୍ର ପର୍ଯ୍ୟନ୍ତ ମାଆଙ୍କ ସମସ୍ତ ପୂଜା ରୀତିନୀତି ଅନୁସାରେ ସମ୍ପନ୍ନ କରାଯାଉଛି । ଏହି ଅବସରରେ କଟକଣା ମଧ୍ୟରେ ସାଧାରଣ ଜନତାଙ୍କୁ ମାଆଙ୍କ ନିକଟକୁ ଯାଇ ଦର୍ଶନ ପାଇଁ ବାରଣ ରହିଥିବାରୁ ଶ୍ରଦ୍ଧାଳୁମାନେ ବ୍ୟାରିକେଟ ମଧ୍ୟରେ ରହି ମା'ଙ୍କୁ ଦର୍ଶନ କରୁଛନ୍ତି। ବିଶ୍ବରେ କୋରୋନାକୁ ହଟାଇବା ପାଇଁ ମାଆଙ୍କ ନିକଟରେ ଶ୍ରଦ୍ଧାଳୁମାନେ ପ୍ରାର୍ଥନା କରୁଥିବାର କହିଛନ୍ତି ।

ଅପୂର୍ବ ସାଜସଜ୍ଜା, ରଙ୍ଗ ବେରଙ୍ଗର ଆଲୋକମାଳା ଓ ବାଦ୍ୟଯନ୍ତ୍ରରେ ଫାଟି ପଡୁଥିବା ପୂଜା ମଣ୍ଡପଗୁଡିକ ଖାଁ ଖାଁ ଲାଗୁଛି । ଭକ୍ତମାନଙ୍କ ଭିଡ ଜମୁଥିବା ମଣ୍ଡପମାନଙ୍କରେ କୋରୋନା ଲାଗି ବର୍ତ୍ତମାନ ଶୂନ୍ୟ ଲାଗୁଛି । ତଥାପି ଶ୍ରଦ୍ଧାଳୁମାନେ ସମସ୍ତ କୋରୋନା କଟକଣାକୁ ପାଳନ କରି ଭିଡ ନ ଜମାଇ ମା'ଙ୍କ ଦର୍ଶନ କରୁଥିବାର ସୂଚନା ମିଳିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.