ETV Bharat / state

ଏପ୍ରିଲ 20ରୁ ଗଞ୍ଜାମରେ ଲକଡାଉନ କୋହଳ, ନିୟମାନୁସାରେ ଗଡିବ ବାଇକ

author img

By

Published : Apr 19, 2020, 3:26 PM IST

ସୋମବାର ଠାରୁ ଗଞ୍ଜାମ ଜିଲ୍ଲାରେ କୋହଳ ହେବ ଲକଡାଉନ ନିୟମ । ଏଣିକି ମୋଟର ସାଇକେଲରେ ଜଣେ ବ୍ୟକ୍ତି ରାସ୍ତାରେ ଗାଡି ଚଳାଇ ପାରିବେ। ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ବିକ୍ରି ଉପରେ କୌଣସି ସମୟ ସୀମା ରହିବନାହିଁ ।

ganjam
ଏପ୍ରିଲ 20ରୁ ଲକଡାଉନ କୋହଳ, ନିୟମାନୁସାରେ ରାସ୍ତାରେ ଗଡିବ ବାଇକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋହଳ ହେଲା ଲକଡାଉନ । ସୋମବାର ଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ରହିଥିବା ନିର୍ଦ୍ଧାରିତ ସମୟ ସୀମା ଉପରେ କରାଯାଇଛି କୋହଳ।

ଲକଡାଉନ କୋହଳ

ଏଣିକି ମୋଟରସାଇକେଲରେ ଜଣେ ବ୍ୟକ୍ତି ରାସ୍ତାରେ ଗାଡି ଚଳାଇ ପାରିବେ। ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ବିକ୍ରି ଉପରେ କୌଣସି ସମୟ ସୀମା ରହିବନାହିଁ । ହେଲେ ଗୁଟଖା, ପାନ, ଚା ଓ ମଦ ଦୋକାନ ଏହି ସମୟରେ ବନ୍ଦ ରହିବ।

ସମସ୍ତ ସ୍ଥାନରେ ସାମାଜିକ ଦୂରତା ଅବଲମ୍ବନ କରୁଛନ୍ତି କି ନାହିଁ ତା' ଉପରେ ରହିବ ଅଧିକ ନଜର । ଏଥିନିମନ୍ତେ କମିଟି ଗଠନ କରାଯାଇଛି । ଖିଲାପ କରୁଥିବା ବ୍ୟକ୍ତିଙ୍କ ଉପରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ।

ସେହିପରି ମାସ୍କ ପିନ୍ଧିବା ଏବଂ ହାତ ଧୋଇବା ଉପରେ ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.