ETV Bharat / state

କଙ୍ଗାରୁ କୋର୍ଟରେ ନିଷ୍ପତି, ଭିଡିଓ ଭାଇରାଲ ପରେ 7 ଗିରଫ

author img

By

Published : Mar 12, 2021, 9:21 PM IST

ଆନ୍ତର୍ଜାତିକ ମହିଳା ଦିବସରେ ଗଞ୍ଜାମ ଜିଲ୍ଲାରେ ଏକ ଗ୍ରାମରେ ଅନୈତିକ ସମ୍ପର୍କ ସନ୍ଦେହ କରି କଙ୍ଗାରୁ କୋର୍ଟରେ ନିଷ୍ପତି ନେବା ପଡିଲା ମହଙ୍ଗା । ଭିଡିଓ ଭାଇରାଲ ହେବା ପରେ ପୋଲିସ 7 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

kongarucourt in ganjam aafter video goes viral 7 arrested by police
କଙ୍ଗାରୁ କୋର୍ଟରେ ନିଷ୍ପତି, ଭିଡିଓ ଭାଇରାଲ ପରେ 7 ଗିରଫ

ଭଞ୍ଜନଗର: କଙ୍ଗାରୁ କୋର୍ଟରେ ନିଷ୍ପତି ନେବା ପଡିଲା ମହଙ୍ଗା । ଭିଡିଓ ଭାଇରାଲ ହେବା ପରେ ଗିରଫ ହେଲେ 7 ଜଣ । ଏଭଳି ଘଟଣା ଦେଖାବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଶରାବାଡି ପଞ୍ଚାୟତର କାଳିଆପଲ୍ଲୀ ଗ୍ରାମରେ ।

ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଶରାବାଡି ପଞ୍ଚାୟତର କାଳିଆପଲ୍ଲୀ ଗ୍ରାମରେ କିଛି ଯୁବକ ଗତ ଆନ୍ତର୍ଜାତିକ ମହିଳା ଦିବସରେ ଗ୍ରାମର ବିବାହିତ ଯୁବକଙ୍କ ସହ ସେହି ଗ୍ରାମର ବିବାହିତ ମହିଳାଙ୍କ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରିଥିଲେ । ଏହାପରେ ଗାଁ ଦାଣ୍ଡରେ ଉଭୟ ମହିଳା ଏବଂ ପୁରୁଷଙ୍କୁ ବାନ୍ଧି ବେକରେ ଚପଲ ମାଳ ପକାଇ ବୁଲାଇଥିଲେ । ଏଭଳି ଅମାନୁଷିକ କାର୍ଯ୍ୟ ତଥା କଙ୍ଗାରୁ କୋର୍ଟର ଭିଡିଓ ଭାଇରାଲ ହେବା ପରେ ପୋଲିସ ସାତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଆଧୁନିକ ଯୁଗରେ କଙ୍ଗାରୁ କୋର୍ଟ କେତେଦୂର ଯଥାର୍ଥ । ଉଭୟ ପରିବାରର କିଛି ଅଭିଯୋଗ ନ ଥାଇ ଗ୍ରାମବାସୀ କାହିଁକି ଏପରି ଅପମାନ କଲେ ତାସହିତ ମହିଳାଙ୍କୁ ଟଣାଓଟରା କଲେ । ଏହି ଘଟଣା ପରେ ମହିଳା ଜଣଙ୍କ କେଉଁ ଆଡେ ପଳାଇଛନ୍ତି । ଏହି ଘଟଣାରେ ମହିଳାଙ୍କ ବାପା ବର୍ତ୍ତମାନ ସିଦ୍ଧପୁର ପଞ୍ଚାୟତର ସରପଞ୍ଚ ରହିଛନ୍ତି । ସେ ଦୁଃଖ ପ୍ରକାଶ କରିବା ସହିତ ଦୋଷୀକୁ ଉଚିତ ଦଣ୍ଡ ଦେବା ସହିତ ଝିଅକୁ ଖୋଜି ଆଣିବାକୁ କହିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.